Latest Odisha News

ଗାଧୋଇବା ବେଳେ ଭାସିଗଲେ ଚାଷୀ

କେନ୍ଦୁଝର : କେନ୍ଦୁଝରରେ ଅଭାବନୀୟ ଘଟଣା । ତେଲକୋଇର ଟୁଙ୍ଗୁରୁବାହାଳୀରେ ପାଣିରେ ଭାସିଗଲେ ଚାଷୀ । ଚାଷ କାମ ସାରି ଚାଷୀ ଜଣକ ଗାଧୋଉଥିବା ବେଳେ ପାଣିରେ ଭାସି ଯାଇଥିଲେ । ଭାସିଯାଇଥିବା ଚାଷୀ ଜଣକ ହେଲେ ଟୁଙ୍ଗୁରୁବାହାଳି ଗାଁର ଦ୍ବାନ ଦଣ୍ଡପାଟ । ଖବର ପାଇ ଅଗ୍ନିଶମ ବାହିନୀ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନାହିଁ ।

ସୂଚନା ଅନୁସାରେ, ଆଜି ଚାଷୀ ଦ୍ବାନ ଦଣ୍ଡପାଟ ଚାଷ କାମ ସାରି ମଙ୍କଡା ନାଳକୁ ଗାଧୋଇବାକୁ ଆସିଥିଲେ । କିନ୍ତୁ ଗାଧୋଇବା ସମୟରେ ସେ ଭାସି ଯାଇଥିଲେ । ଏହା ଦେଖି ତାଙ୍କ ପତ୍ନୀ ପାଟି କରି ଲୋକଙ୍କୁ ଡାକିଥିଲେ । ତେବେ ସଙ୍ଗେ ସଙ୍ଗେ ଅଗ୍ନିାମ ବାହିନୀକୁ ଖବର ଦେଇଥିଲେ ଲୋକେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ବହୁ ଖୋଜା ଖୋଜି କରିଥିଲେ ବି ଚାଷୀ ଦ୍ବାନ ଦଣ୍ଡପାଟଙ୍କର କୌଣସି ଖୋଜ ଖବର ମିଳିନାହିଁ । ଦୁଇ ଦିନ ତଳେ ସମାନ ଭାବେ ଚାଷକମ ସାରି ଘରକୁ ଫେରିବା ବେଳକୁ ଅନ୍ୟ ଏକ ନାଳରେ ବୁଡି ଜଣଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.