Latest Odisha News

BREAKING NEWS

ସୋନପୁର: ଋଣ ବୋଝ ଯୋଗୁଁ ପୁଣି ଚାଷୀ ଆତ୍ମହତ୍ୟା

ସୋନପୁର : ସୋନପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ସିଂଘିଯୁବା ଗ୍ରାମରେ ଶନିବାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଚକଡା ପୋକରେ ଫସଲ ହାନୀ ତଥା ଋଣ ଭାର ଯୋଗୁଁ ଚାଷୀ ଜଣଙ୍କ ମାନସିକ ଭାରସାମ୍ୟ ହରାଇ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ମୃତକଙ୍କ ନାମ ଭୁତୁଲୁ କର୍ଣ୍ଣ ବୋଲି ଜଣାପଡିିଛି ।

ମିଳିଥିବା ସୂଚନା ଅନୁଯାୟୀ ଭୁତୁଲ ପାଖାପାଖି ୨ଲକ୍ଷ ୫୦ ହଜାର ଟଙ୍କା ଋଣ କରିଥିଲେ । ଚକଡା ପୋକ ଲାଗି ଫସଲ ହାନୀ ହୋଇଥିବାବେଳେ ସେ ଋଣ ଟଙ୍କା କିପରି ସୁଝିବେ ସେନେଇ ଚିନ୍ତାଗ୍ରସ୍ତ ହୋଇ ପଡିଥିଲେ ଏବଂ ସେ ଅତ୍ୟନ୍ତ ମ୍ରିୟମାଣ ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ନେଇ ଭୁତୁଲୁଙ୍କ ପତ୍ନୀ ଓ ପୁଅ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ଚଳିତ ବର୍ଷ ସେ ୨ ଏକର ଜମିରେ ଚାଷ କରିଥିଲେ କିନ୍ତୁ ଗତ ବର୍ଷ ଚକଡା ପୋକ ଲାଗି ଫସଲ ନଷ୍ଟ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଫସଲ ହାନି ହୋଇଥିଲା । ବାରମ୍ବାର ଚାଷୀ ଆତ୍ମହତ୍ୟା ଭଳି ଅଘଟଣ ନଜରକୁ ଆସୁଥିବାବେଳେ ଭୁତୁଲୁଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.