Latest Odisha News

BREAKING NEWS

ବାଲେଶ୍ୱରରେ ବଙ୍ଗୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଜଣେ ବଙ୍ଗୀୟ ନାବାଳିକାଙ୍କୁ ୫ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ଲୋକେ ଆଜି ସକାଳୁ ମୂର୍ମୁଷ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭୋଗରାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଖବର ପାଇ ଭୋଗରାଇ ପୋଲିସ ହସ୍ପିଟାଲରେ ପହଞ୍ଚି ପୀଡିତାଙ୍କ ବୟାନ ନେଇଥିଲା ଏବଂ ପୀଡିତାଙ୍କ ବୟାନକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ପୀଡିତା ଜଣଙ୍କ ପଶ୍ଚିମବଙ୍ଗ ସ୍ଥିତ ରାମନଗର ଅଞ୍ଚଳର ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଯୁବକମାନେ ନାବାଳିକାଙ୍କୁ ନିଶା ଦେଇ ଅପହଞ୍ଚ ସ୍ଥାନକୁ ନେଇଯାଇଥିଲେ । ପରେ ଦୁଷ୍କର୍ମ କରିବା ପରେ ରସୁଲପୁର ନିକଟସ୍ଥ ରାସ୍ତା କଡ଼ରେ ପକାଇ ପଳାଇ ଯାଇଥିଲେ।

Leave A Reply

Your email address will not be published.