Latest Odisha News

BREAKING NEWS

କାଲି ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏଁ କୃଷକଙ୍କ ଅନଶନ, ସବୁ ଜିଲ୍ଲା ମୁଖ୍ୟାଳୟରେ ଧାରଣା

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି । ଆସନ୍ତାକାଲି ଚାଷୀ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରିବେ । ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଷୀ ନେତାମାନେ ଅନଶନରେ ବସିବେ । ସବୁ ସୀମାରେ ଚାଷୀମାନେ ଅନଶନରେ ବସିବେ ବୋଲି ସ୍ଥିର ହୋଇଛି । ସିଂଘୁ, ଟିକ୍ରି, ପଲୱାର, ଗାଜିପୁର ଓ କୃଷକମାନେ ଆନ୍ଦୋଳନରେ ବସିଥିବା ଅନ୍ୟ ସମସ୍ତ ସୀମାରେ ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛନ୍ତି ।

ଅନ୍ୟପଟେ କୃଷକଙ୍କ ସମର୍ଥନରେ ଆଗକୁ ଆସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତକାଲି ଗୋଟିଏ ଦିନ ଉପବାସ କରିବେ ବୋଲି କହିଛନ୍ତି । ଏହା ସହ ଆମ୍ ଆଦମୀ ପାର୍ଟିର ସମସ୍ତ କର୍ମକତ୍ତା ଓ ସମର୍ଥକ ଗୋଟିଏ ଦିନ କୃଷକଙ୍କ ସହ ଉପବାସ କରିବାକୁ ସେ ଅନୁରୋଧ କରିଛନ୍ତି ।

କୃଷକଙ୍କ ସହ ସରକାରଙ୍କ ଆଲୋଚନା ବାରମ୍ବାର ବିଫଳ ହୋଇଛି । ଆଜି ପୁଣି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । କୃଷକଙ୍କ ସହ ଆଲୋଚନା କରି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର ।

Leave A Reply

Your email address will not be published.