Latest Odisha News

BREAKING NEWS

କରୋନା ପରେ କ୍ରିକେଟ: ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଘରୋଇ ପ୍ରତିଯୋଗିତା

ମୁମ୍ବାଇ: କରୋନା ସଙ୍କଟ ଟଳିବା ଆରମ୍ଭ କରିଥିବାରୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଖୁବ୍ ଶୀଘ୍ର ଘରୋଇ ପ୍ରତିଯୋଗିତାଗୁଡିକ ଆରମ୍ଭ କରିବାକୁ ଯାଉଛି । ରିପୋର୍ଟ ମୁତାବକ ସୟେଦ ମୁସ୍ତାକ ଅଲୀ ଟ୍ରଫି (ଟି୨୦) ଟୁର୍ଣ୍ଣାମେଂଟ ୧୦ରୁ ୩୧ ଜାନୁୟାରୀ ପର୍ଯ୍ୟନ୍ତ ୬ ରାଜ୍ୟକୁ ନେଇ ଖେଳାଯିବ । ଅଂଶଗ୍ରହଣ କରିଥିବା ଟିମ୍ ୨ ଜାନୁୟାରୀ ମଧ୍ୟରେ କରୋନା ସମ୍ପର୍କୀତ ରିପୋର୍ଟ ଦେଖାଇ ଜୈବ ସୁରକ୍ଷିତ ବାତାବରଣକୁ ଯାଇପାରିବେ । ଜୟ ଶାହ ଏ ନେଇ ରାଜ୍ୟଗୁଡିକୁ ଇମେଲ କରି ଜଣାଇ ସାରିଛନ୍ତ ।

BjdElectrycity

ତେବେ ରଣଜୀ ଟ୍ରଫି କେବେଠାରୁ ଆରମ୍ଭ ହେବ ସେ ନେଇ ବିସିସିଆଇ ପକ୍ଷରୁ କୌଣସି ମନ୍ତବ୍ୟ ଜାରି କରାଯାଇ ନାହିଁ । ମୁସ୍ତାକ ଅଲୀ ଟୁର୍ଣ୍ଣାମେଂଟ ପରେ ରଣଜୀ ଟ୍ରଫି, ବିଜୟ ହଜାରେ ଟ୍ରଫି କେବେ ଆରମ୍ଭ ହେବ ତାହା ବିଚାର କରାଯିବ । ଫେବୃୟାରୀରେ ଇଣ୍ଡିଆନ ପ୍ରିମିୟର ଲିଗର ନିଲାମ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାରୁ ମୁସ୍ତାକ ଅଲୀ ଟ୍ରଫି ଗୁରୁତ୍ୱ ଦିଆଯାଇଛି । ଏଥର ୧୦ ଟିମ୍ ଆଇପିଏଲରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।

Leave A Reply

Your email address will not be published.