Latest Odisha News

BREAKING NEWS

ଚାଷୀଙ୍କ ଅଭିନବ ପ୍ରତିବାଦ; ଦାବି ପୂରଣ ପାଇଁ ମାଟିରେ ଶରୀରକୁ ପୋତିଦେଲେ

ମୁମ୍ବାଇ: ଚାଷୀନେତାଙ୍କ ଅଭିନବ ପ୍ରତିବାଦ। ଜମି ଆଲର୍ଟ ସତ୍ତ୍ୱେ ତାଙ୍କୁ ଜମି ନ ମିଳିବାରୁ ନିଜକୁ ମାଟିରେ ପୋତି ପ୍ରତିବାଦ କଲେ । ଏମିତି ଘଟଣା ଘଟିଛି ମହାରାଷ୍ଟ୍ରର ଜଲନା ଜିଲ୍ଲାରେ । ସରକାରୀ ଯୋଜନାରେ ଚାଷୀଙ୍କୁ ଜମି ଆଲର୍ଟ ହୋଇଥିଲା । କିନ୍ତୁ ତାଙ୍କୁ ମାଲିକାନାସ୍ୱତ୍ୱ ମିଳୁ ନଥିଲା । ଏହାର ପ୍ରତିବାଦରେ ସେ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି ।

ଜଲନା ଜିଲ୍ଲାର ଏହି ଚାଷୀଜଣକ ହେଉଛନ୍ତି ସୁନୀଲ ଯାଦବ । ତିନି ବର୍ଷ ତଳେ ଅର୍ଥାତ ୨୦୧୯ରେ କରିସ୍ମା ଦାଦାସାହେବ ଗାଇକୱାଡ ସାବଲିକରଣ ସ୍ୱାଭିମାନ ଯୋଜନା ତାଙ୍କୁ ୨ ଏକର ଜମି ମିଳିଥିଲା। ହେଲେ ଏହି ଜମିର ମାଲିକାନାସତ୍ତ୍ୱ ତାଙ୍କୁ ମିଳି ନ ଥିଲା । ଏଥିପାଇଁ ସେ ଏକାଧିକବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ବ୍ଲକଠାରୁ ତହସିଲ ଅଫିସକୁ ଦୌଡି ଦୌଡି ନୟାନ୍ତ ହୋଇଥିଲେ । ହେଲେ ତାଙ୍କୁ ଜମିରୂ କାଗଜପତ୍ର ମିଳି ନ ଥିଲା ।

ଶେଷରେ ଏପରି ଅଭିନବ ପ୍ରତିବାଦକୁ ସେ ଆପଣେଇ ନେଇଥିଲେ । ସେ ମାଟିରେ ନିଜ ସମ୍ପୂର୍ଣ୍ଣ ଶରୀରକୁ ପୋତି ଦେଇଥିଲେ । କେବଳ ମୁଣ୍ଡ ହିଁ ଦିଶୁଥିଲା ।  ଯେ ପର୍ଯ୍ୟନ୍ତ ତାଙ୍କ ଅଧିକାର ତାଙ୍କୁ ନମଳିଛି ସେ ପର୍ଯ୍ୟନ୍ତ ସେ ତାଙ୍କର ପ୍ରତିବାଦ ଜାରି ରଖିବେ ବୋଲି  କହିଛନ୍ତି ।

Leave A Reply

Your email address will not be published.