Latest Odisha News

BREAKING NEWS

କୃଷକ ମୋର୍ଚ୍ଚାର ଭାରତ ବନ୍ଦ ପାଳନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦ ପାଳନ କରୁଛି କୃଷକ ସଂଗଠନ । ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ଭାରତୀୟ କୃଷକ ମୋର୍ଚ୍ଚା । ସକାଳ ୬ଟାରୁ ଅପରାହ୍ଣ ୪ଟା ଯାଏ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ଦେଖିବାକୁ ମିଳିଛି ବନ୍ଦ ପ୍ରଭାବ । ଏହି ବନ୍ଦ ପାଳନକୁ କଂଗ୍ରେସ, ବାମ ଦଳ ସମେତ ୭ଟି ରାଜନୈତିକ ଦଳ ସମର୍ଥନ କରିଛନ୍ତି ।

ଆଜି ସକାଳୁ ସକାଳୁ ବିଭିନ୍ନ କୃଷକ ସଂଗଠନ, ରାଜନୈତିକ ଦଳର କର୍ମକର୍ତ୍ତା ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି । ଗାଜିପୁର, ସିଂଘୁ ସୀମାରେ ବିରୋଧ ପ୍ରଦର୍ଶନ କରୁଛନ୍ତି ବିଭିନ୍ନ ଚାଷୀ ସଂଗଠନ । ଗାଡ଼ିମୋଟର ଓ ଲୋକଙ୍କୁ ଅଟକାଉଛନ୍ତି ।

ବିଭିନ୍ନ ସ୍ଥାନରେ ରେଳରୋକ ବି କରିଛନ୍ତି ଆନ୍ଦୋଳନକାରୀ । ଗାଡ଼ିମୋଟର ଚଳଚାଚଳ ବନ୍ଦ ରହିଛି । ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଦୋକାନ ବଜାରେ ବନ୍ଦ ରହିଛି । ତେବେ ବନ୍ଦ ପାଳରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି ।

ସଂଯୁକ୍ତ କୃଷକ ମୋର୍ଚ୍ଚା ଦେଇଥିବା ଭାରତ ବନ୍ଦକୁ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ଟିଡିପି, ବିଏସପି, ବାମ ଦଳ, ସ୍ୱରାଜ ଇଣ୍ଡିଆ, ଆରଜେଡି ଭଳି ରାଜନୈତିକ ଦଳ ସମର୍ଥନ କରିଛନ୍ତି । ତୃଣମୂଳ କଂଗ୍ରେସ କୃଷକଙ୍କ ଦାବିକୁ ସମର୍ଥନ କରିଛି । ତେବେ ଭାରତ ବନ୍ଦରେ ସାମିଲ ହୋଇ ନାହିଁ ।

Leave A Reply

Your email address will not be published.