Latest Odisha News

ଓଡ଼ିଶାରେ ଭାରତ ବନ୍ଦ ପ୍ରଭାବ: ସାଧାରଣ ଜୀବନଯାତ୍ରା ପ୍ରଭାବିତ

ଭୁବନେଶ୍ୱର: ଓଡ଼ିଶାରେ ଦେଖିବାକୁ ମିଳିଛି ଭାରତ ବନ୍ଦ ପ୍ରଭାବ । ସକାଳୁ ସକାଳୁ ଆନ୍ଦୋଳନକାରୀ ପିକେଟିଂ କରି, ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ବିଭିନ୍ନ ସ୍ଥାନରେ ସରକାରୀ ବିରୋଧୀ ସ୍ଲୋଗାନ୍ ଦେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି କୃଷକ ସଂଗଠନ କର୍ମକର୍ତ୍ତା । କଂଗ୍ରେସ, ବାମଦଳର ନେତା ଓ କର୍ମୀ ବି କୃଷି ବିଲ୍ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କୃଷକ ସଂଗଠନକୁ ସମର୍ଥନ ଜଣାଇଛନ୍ତି ବିଭିନ୍ନ ରାଜନୈତିକ ଦଳ ।

ସକାଳୁ ସକାଳୁ ଭାରତ ବନ୍ଦର ପ୍ରଭାବ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ିମୋଟର ଅଟକି ରହିଛି । ବ୍ୟାନର, ପୋଷ୍ଟର ଧରି ବିରୋଧ ପ୍ରଦର୍ଶନ କରୁଛନ୍ତି ।

ରାଜ୍ୟରେ ବନ୍ଦ ରହିଛି ସରକାରୀ ଓ ବେସରକାରୀ ବସ୍ ଚଳାଚଳ । ଫଳରେ ହଇରାଣ ହେଉଛନ୍ତି ଯାତ୍ରୀ । ବିଭିନ୍ନ ସ୍ଥାନରେ ସେମାନେ ଅଟକି ରହିଛନ୍ତି । ତେବେ କିଛି ସ୍ଥାନରେ ଦୁଇ ଚକିଆ ଓ ତିନି ଚକିଆ ଗାଡ଼ି ମୋଟର ଚଳାଚଳ କରୁଥିବା ସୂଚନା ମିଳିଛି । ସକାଳେ ବିଶେଷ ଭାବରେ ଦୋକାନ ବଜାର ଖୋଲିନି । ଭାରତ ବନ୍ଦ ପାଳନକୁ ଦୃଷ୍ଟିରେ ରଖି ରାଜ୍ୟରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.