Latest Odisha News

BREAKING NEWS

ସାର ସଙ୍କଟକୁ ନେଇ ତାତିଲେ ଚାଷୀ, ନନ୍ଦାହାଣ୍ଡିରେ ଲ୍ୟାମ୍ପରେ ପକାଇଲେ ତାଲା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଥମୁନି ସାର ସଙ୍କଟ । ସାର ନମିଳିବାରୁ ନନ୍ଦାହାଣ୍ଡି ଲ୍ୟାମ୍ପରେ ତାଲା ପକାଇଛନ୍ତି ଶତାଧିକ ଚାଷୀ । ସାର ପାଇଁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ସାର ନ ମିଳିବାରୁ ଏଭଳି ତାତିଛନ୍ତି ଚାଷୀ । ଗତ ସୋମବାର ଓ ମଙ୍ଗଳବାର ଲ୍ୟାମ୍ପକୁ ଦୁଇଟି ପର୍ଯ୍ୟାୟରେ ୨୦୦୦ ପ୍ୟାକେଟ ସାର ଆସିଥିଲା । ଏବଂ ପୂର୍ବରୁ ୧୨୦ ପ୍ୟାକେଟ ସାର ଲ୍ୟାମ୍ପରେ ଥିଲା । ବ୍ଲକର ୧୧ଟି ପଞ୍ଚାୟତ ମଧ୍ୟରୁ ୧୦ଟି ପଞ୍ଚାୟତକୁ ୨୦୦ ଲେଖାଏଁ ପ୍ୟାକେଟ ଓ ପଡାଲଗୁଡ଼ାକୁ ୧୦୦ ପ୍ୟାକେଟ ସାର ଦେବା ପାଇଁ ସମସ୍ତ ପଞ୍ଚାୟତର ଚାଷୀ ନିଷ୍ପତ୍ତି ନେଇଥିଲେ ।

ଏପରିକି କେଉଁ ବାର ଦିନ କେଉଁ ପଞ୍ଚାୟତର ଚାଷୀ ସାର ନେବେ ତାହା ମଧ୍ୟ ନିଷ୍ପତି ହୋଇଥିଲା । କିନ୍ତୁ ୭ଟି ପଞ୍ଚାୟତର ଚାଷୀ ସାର ନେଇଥିବା ବେଳେ ସାର ଶେଷ ହୋଇଯାଇଥିଲା । ଅନ୍ୟ ୩ଟି ପଞ୍ଚାୟତର ଚାଷୀଙ୍କୁ ମିଳିନଥିଲା ସାର । ଯାହାକୁ ନେଇ ଚାଷୀ ଉତ୍ତ୍ୟକ୍ତ ହୋଇ ଲ୍ୟାମ୍ପରେ ତାଲା ପକାଇଥିଲେ । ଯଦି ସାର ନ ମିଳିଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ । ଏପରିକି ଜାତୀୟ ରାଜପଥ ଅବରୋଧ କରିବାକୁ ମଧ୍ୟ ଧମକ ଦେଇଛନ୍ତି ।

Leave A Reply

Your email address will not be published.