Latest Odisha News

BREAKING NEWS

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଓ୍ବେବ୍ ପୋର୍ଟାଲ ସାମ୍ବାଦିକ

ଭୁବନେଶ୍ବର : ଅଲିମ୍ପିଆନ୍ ଦୂତୀ ଚାନ୍ଦଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପମୂଳକ ମନ୍ତବ୍ୟ ଦେବା ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ । ଓ୍ବେବ୍ ପୋର୍ଟାଲର ସମ୍ପାଦକ ସୁଧାଂଶୁ ଶେଖର ରାଉତ ଓ ସାମ୍ବାଦିକ ସ୍ମୃତି ରଞ୍ଜନ ବେହେରାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତୁ ପଠାଇ ଦିଆଯାଇଛି । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ । କୋର୍ଟରେ ହାଜର ବେଳେ ଉଭୟଙ୍କୁ ୭ ଦିନ ରିମାଣ୍ଡରେ ନେବା ଲାଗି ଆବେଦନ କରିଥିଲା ପୋଲିସ । କିନ୍ତୁ ଗୋଟିଏ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ଭୁବନେଶ୍ବର ଏସଡିଜେଏମ୍ କୋର୍ଟ ।

ମାମଲାରେ ଗତକାଲି ୱେବ ଚ୍ୟାନେଲର ସମ୍ପାଦକ ସୁଧାଂଶୁଙ୍କୁ ପୋଲିସ ଗିରଫ କରିଥିବା ବେଳେ, ଆଜି ଗିରଫ ହୋଇଥିଲେ ସାମ୍ବାଦିକ ସ୍ମୃତିରଞ୍ଜନ । ଏହାସହ ଝାରପଡ଼ାରେ ଥିବା ଅଫିସକୁ ସିଲ୍ କରିଥିଲା ପୋଲିସ । କମ୍ପ୍ୟୁଟର, ଲାପଟପ୍ ସହ ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଜବତ କରିଥିଲା ପୋଲିସ । ଘଟଣାରେ ଭୁବନେଶ୍ବର ଡିସିପି କହିଛନ୍ତି ଯେ, ସୁଧାଂଶୁଙ୍କ ନାଁରେ ପ୍ରମାଣ ମିଳିଛି । ତେଣୁ ଏହି ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ଯଦି ଆଉ କାହାର କିଛି ଅଭିଯୋଗ ଥାଏ, ତେବେ ସେମାନେ ମଧ୍ୟ ପୋଲିସ ପାଖରେ ଅଭିଯୋଗ କରିପାରିବେ ବୋଲି କହିଛନ୍ତି ଡିସିପି ।

Leave A Reply

Your email address will not be published.