ଜଗତସିଂହପୁର : ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଢାଳି ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଧାନମଣ୍ଡିରେ ଅବ୍ୟବସ୍ଥା, ଧାନ ବିକ୍ରି ସମୟରେ କଟନୀ ଛଟନୀ ତଥା ମିଲର ମାନଙ୍କ ମନମାନି ପ୍ରତିବାଦରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଆଜି ସକାଳ ୮ଟା ସମୟରେ ନବନିର୍ମାଣ କୃଷକ ସଙ୍ଗଠନର ପ୍ରାୟ ୨୦ ଜଣ ଚାଷୀ ଜିଲ୍ଲାପାଳଙ୍କ ବାସ ଭବନ ସମ୍ମୁଖରେ ଧାନ ଢାଳି ପ୍ରତିବାଦ କରିଥିଲେ । ଘଟଣା ସ୍ଥଳରେ ତୁରନ୍ତ ଜଗତସିଂହପୁର ପୋଲିସ ପହଞ୍ଚି ଚାଷୀ ମାନଙ୍କୁ ଉଠାଇ ନେଇଥିବା ବେଳେ ତେବେ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।
Comments are closed.