Latest Odisha News

BREAKING NEWS

ବିଭିନ୍ନ ସମସ୍ୟା ନେଇ କୃଷକଙ୍କ ରାଲି

ପୁରୀ : ଧାନର ଅଭାବୀ ବିକ୍ରି, ଚାଷୀମାନଙ୍କୁ ଉଚିତ୍ ପ୍ରାପ୍ୟ ନ ମିଳିବା , ସହାୟତାରୁ ଲକ୍ଷାଧିକ ଚାଷୀ ବଞ୍ଚିତ ହେବା , ବର୍ଷା ଜଳ ନିଷ୍କାସନରେ ସମସ୍ୟା ନେଇ ରାଲି ।  ନୀଳାଚଳ କୃଷକ ସଂଘ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ୨୧ ଦଫା ଦାବିପୂରଣ ନେଇ ସ୍ମାରକପତ୍ର ଦିଆଯାଇଛି । ଚାଷୀଙ୍କୁ ସରକାରୀ ସହାୟତାରୁ ବଞ୍ଚିତ କରାଯିବା ପ୍ରତିବାଦରେ ବିକ୍ଷୋଭ କରିବା ସହ ଧାରଣା ଦିଆଯାଇଥିଲା ।

ମହାସଂଘର ଚାଷୀମାନେ ସୁଭାଷ ଵୋସ ଛକରୁ ଏକ ବିରାଟ ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପୁରୀର ବିଭିନ୍ନ ବ୍ଳକର ଶତାଧୀକ ଚାଷୀ ଏଥିରେ ସାମିଲ ହୋଇଥିଲେ । କେନାଲ ପାଣି ଯୋଗାଣ ଓ ବର୍ଷା ଜଳ ନିଷ୍କାସନ ନେଇ ଥିବା ସମସ୍ୟା ସମାଧାନ, ନାଳଗୁଡ଼ିକ ଉପଯୁକ୍ତ ଖନନ କରିବା, ଖନନ କାମରେ ହେଉଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବା , ଦାବି ମୁତାବକ କେନାଲ ମାନଙ୍କରେ ଆନିକଟ ନିର୍ମାଣ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି ।

Leave A Reply

Your email address will not be published.