Latest Odisha News

BREAKING NEWS

ପୁଣି ଚାଷୀ ଆତ୍ମହତ୍ୟା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବରକନି ଅଞ୍ଚଳରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଘଟଣା ସମ୍ନାକୁ ଆସିଛି। ଫସଲ ନଷ୍ଟ କାରଣରୁ ଶୁକ୍ରବାର ଦିନ ଚାଷୀ ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ ଚାଷୀଙ୍କ ନାମ ଭକ୍ତଭାନୁ ଦଣ୍ଡସେନ ।

ମିଳିଥିବା ସୂଚନା ଅନୁସାରେ ମୌସୁମୀ ବର୍ଷା ସଠିକ ପରିମାଣରେ ନହେବାରୁ ଜମି ଫାଟି ଆଁ କରିଛି । ଯାହା ଫସଲ ସବୁ ମଧ୍ୟ ନଷ୍ଟ ହୋଇଗଲାଣି। ଏହି ସବୁ କାରଣରୁ ଭକ୍ତଭାନୁ ଉଦାସ ରହୁଥିଲେ। ଶୁକ୍ରବାର ସକାଳୁ ଘରେ କେହି ନଥିବାର ସୁଯୋଗ ନେଇ ଭକ୍ତଭାନୁ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି।

ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟକୁ ନେଇ ଯାଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ବୀର ସୁରେନ୍ଦ୍ର ଶାଏ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ, ଚାଷୀ ମାନେ ଫସଲ ନଷ୍ଟ ଯୋଗୁଁ ନୁହେଁ ବରଂ ନିଜ ପାରିବାରିକ ସମସ୍ୟା ଯୋଗୁଁ ମାରୁଛନ୍ତି ବୋଲି ଏହି କିଛି ଦିନ ତଳେ ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ । ମନ୍ତ୍ରୀଙ୍କ କଥା ଦୁଇଦିନ ନପୁରୁଣୁ ରାଜ୍ୟରେ ପୁଣି ଜଣେ ଚାଷୀଙ୍କ ମୁଣ୍ଡ ଗଡ଼ିଛି ।

 

Leave A Reply

Your email address will not be published.