Latest Odisha News

ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍: ଭାରତୀୟ ମହିଳା ଜିତିଲେ ସ୍ୱର୍ଣ୍ଣ, ଶୁଭେଚ୍ଛା ଜଣାଇଲେ ନବୀନ

କଟକ: ଭାରତୀୟ ମହିଳା ଟେବୁଲ୍ ଟେନିସ ଦଳ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ପ୍ରତିଯୋଗିତାର ଦଳଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଭାରତୀୟ ଦଳ ଫାଇନାଲରେ ଶକ୍ତିଶାଳୀ ଇଂଲଣ୍ଡ ଦଳକୁ ୩-୦ ପଏଣ୍ଟରେ ପରାସ୍ତ କରି ଦଳଗତ ଚମ୍ପିଆନ ଆଖ୍ୟା ଅର୍ଜନ କରିପାରିଛି ।

ମିଳିଥିବା ସୂଚନାନୁଯାୟୀ, କଟକର ଜବାହାରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଅନୁଷ୍ଠିତ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିୟନସିପରେ ଭାରତ ଉଭୟ ମହିଳା ଓ ପୁରୁଷ ବିଭାଗ ଦଳଗତ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଥିଲା । ମହିଳା ଦଳ ଶୁକ୍ରବାର ଅପରାହ୍ନରେ ସୁନ୍ଦର ଖେଳ ପ୍ରଦର୍ଶନ କରି ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛି ।

କଟକରେ ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳର ସଫଳାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ଏଥିସହିତ ମୁଖ୍ୟମନ୍ତ୍ରୀ ଭାରତର ପୁରୁଷ ଦଳକୁ ଆଗାମୀ ମ୍ୟାଚରେ ଭଲ ଖେଳ ପ୍ରଦର୍ଶନ କରିବାକୁ ଟ୍ୱିଟ୍ ମାଧ୍ୟମରେ ଉତ୍ସାହିତ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଉଦ୍ୟମ ଯୋଗୁଁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱକପ୍ ହକି ସଫଳତାର ସହିତ ସମାପ୍ତ ହୋଇଥିଲା । ଭାରତୀୟ ହକି ଇତିହାସରେ ଏପରି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ମର୍ଯ୍ୟାଦା ସହକାରେ ହେବା ପ୍ରଥମ । ଓଡ଼ିଶାର କଟକ-ଭୁବନେଶ୍ୱର ସହରକୁ ଭାରତର ସ୍ପୋର୍ଟ ସିଟି ଭାବେ ପରିଗଣିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ।

Leave A Reply

Your email address will not be published.