Latest Odisha News

ଚାଷୀଙ୍କୁ ମିଳିବ କ୍ଷତିପୂରଣ: କାଲି ସୁଦ୍ଧା ହିଁ କରନ୍ତୁ ପଞ୍ଜୀକରଣ..

ଭୁବନେଶ୍ବର: ଅଦିନିଆ ବର୍ଷା ଏବେ ଚାଷୀ କୂଳ ଅଣ୍ଟା ଭାଙ୍ଗିଥିବା ବେଳେ ପୁଣି ଥରେ ଚାଷୀ ଭାଇଙ୍କୁ ସଳଖିବା ପାଇଁ ସହାୟତାର ହାତ ବଢାଇବେ ରାଜ୍ୟ ସରକାର । ଏନେଇ ଆସନ୍ତା ୩୦ ତାରିଖ ମଧ୍ୟରେ ଫସଲ କ୍ଷତି ଆକଳନ କରାଯିବ । ଫସଲ କ୍ଷତି ନେଇ ସମୀକ୍ଷା ପରେ କିଛି ଏମିତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ୩୦ ତାରିଖ ସୁଦ୍ଧା ରାଜ୍ୟରେ କେତେ କ’ଣ କ୍ଷୟକ୍ଷତି ହୋଇଛି ତାହା ଆକଳନ କରାଯିବ । ଏହାପରେ ଡିବିଟି ଜରିଆରେ ଚାଷୀଙ୍କୁ ଫସଲ କ୍ଷତିପୂରଣ ପ୍ରଦାନ କରାଯିବ । ଧାନ ବ୍ୟତୀତ ଅନ୍ୟାନ୍ୟ ଫସଲ କ୍ଷତି ପାଇଁ ବି କ୍ଷତିପୂରଣ ଦିଆଯିବ । ବୀମା କରିଥିବା ଚାଷୀ ଓ କରି ନଥିବା ଚାଷୀ ଉଭୟ କ୍ଷତିପୂରଣ ପାଇବେ । ବୀମାଭୁକ୍ତ ୧ ଲକ୍ଷ ୨୬ ହଜାର ଚାଷୀ ଆବେଦନ କରି ସାରିଲେଣି । କାଲି ସୁଦ୍ଧା ଅନ୍ୟ ବୀମାଭୁକ୍ତ ଚାଷୀ ପଞ୍ଜୀକରଣ କରିବାକୁ ପରାମର୍ଶ  ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ କୃଷି ରକ୍ଷକ ଆପ୍‌ର ଟୋଲ୍‌ ଫ୍ରି ନଂ ୧୪୪୪୭ରେ ଆବେଦନ କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ରାଜ୍ୟରେ ଅଦିନିଆ ବର୍ଷାରେ ଫସଲହାନୀ ପ୍ରସଙ୍ଗ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକାଇଥିବା ବେଳେ ଏଥିରେ ଜିଲ୍ଲାପ୍ରଶାସନକୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ  କୁହାଯାଇଥିଲା । ବୈଠକରେ ସମସ୍ତ ଆଲୋଚନା ହେବା ପରେ ଏପରି କିଛି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.