Latest Odisha News

BREAKING NEWS

କୃଷକଙ୍କୁ ଦିଲ୍ଲୀକୁ ମିଳିଲା ଏଣ୍ଟ୍ରି, ହରିୟାଣା ଓ ପଞ୍ଜାବ ବର୍ଡରରୁ ବ୍ୟାରିକେଡ୍ ହଟାଇଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀରେ କୃଷକଙ୍କ ବିକ୍ଷୋଭ ପାଇଁ ଶେଷରେ ଅନୁମତି ଦେଇଛି ପୋଲିସ । କୃଷକମାନେ ସିନ୍ଧୁ ବୋର୍ଡର ଦେଇ ଦିଲ୍ଲୀ ଯାଇପାରିବେ । ଏହି ସମୟରେ ପୋଲିସ ଟିମ୍ କୃଷକଙ୍କ ସହ ରହିବ । ଉତ୍ତର ଦିଲ୍ଲୀର ବୁରାଡିରେ ପୋଲିସ ଉପସ୍ଥିତିରେ ଆନ୍ଦୋଳନ ହେବ । ହେଲେ କୃଷକମାନେ ବୁରାଡି ଯିବା ପାଇଁ ମନା କରିଦେଇଛନ୍ତି । କୃଷି ମନ୍ତ୍ରୀ ଆନ୍ଦୋଳନ ବନ୍ଦ କରିବାକୁ କୃଷକଙ୍କୁ ଅପିଲ କରିଛନ୍ତି । କରୋନା ଓ ପ୍ରବଳ ଶୀତ କାରଣରୁ ଆନ୍ଦୋଳନ ବନ୍ଦ କରିବାକୁ ନିବେଦନ କରିଛନ୍ତି । ସରକାର ଆଲୋଚନା ପାଇଁ ପ୍ରସ୍ତୁତ, ଡିସେମ୍ବର ୩ ତାରିଖରେ ସରକାର ଓ କୃଷକଙ୍କ ମଧ୍ୟରେ ଆଲୋଚନା ହେବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ।

ଦିଲ୍ଲୀରେ ହେଉଥିବା ଏହି ଚାଷୀ ଆନ୍ଦୋଳନକୁ ପ୍ରାୟ ୭ଟି ରାଜ୍ୟର ଚାଷୀ ଆସୁଛନ୍ତି । ରାଜଧାନୀ ଦିଲ୍ଲୀକୁ ଚାଷୀଙ୍କୁ ପୁରାଇ ଦେଉନଥିଲା ପୋଲିସ । ଚାଷୀଙ୍କୁ ହଟାଇବା ପାଇଁ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସବୁଥିରେ ବିଫଳ ହେବା ପରେ ବୁରାଡିରେ ଆନ୍ଦୋଳନ ପାଇଁ ଅନୁମତି ମିଳିଛି । ହେଲେ ଚାଷୀ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ରାମଲୀଳା ମୈଦାନରେ ଆନ୍ଦୋଳନ କରିବାକୁ ଚାହୁଁଛନ୍ତି ।

କୋଭିଡ୍ ପାଇଁ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ପାଇଁ ଅନୁମତି ଦେଇନଥିଲେ ସରକାର । ଏକକାଳୀନ ଏତେ ସଂଖ୍ୟକ ଚାଷୀ ଏକାଠି ହେଲେ କରୋନା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇବ ବୋଲି ସରକାର କହିଥିଲେ । ହେଲେ ଚାଷୀମାନେ ନିଜ ଜିଦରେ ଅଟଳ ରହିଥିଲେ । ଟ୍ରାକ୍ଟର ସହ ଶହ ଶହ ସଂଖ୍ୟାରେ ଚାଷୀ ପହଞ୍ଚିଥିଲେ । ଚାଷୀଙ୍କୁ ଅମ୍ବାଲା ବର୍ଡରରେ ଅଟକାଇଥିଲା ପୋଲିସ । ଚାଷୀ ଓ କୃଷକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଉପରକୁ ପଥରମାଡ କରିଥିଲେ ଚାଷୀ । ହଟାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ପାଣି ମାଡ କରିଥିଲା ।

Leave A Reply

Your email address will not be published.