Latest Odisha News

BREAKING NEWS

ହାଓ୍ବଡ଼ା-ସିକନ୍ଦରାବାଦ, ଶାଲୀମାର-ସିକନ୍ଦରାବାଦ ଏବଂ ବିଶାଖାପାଟଣା-ବିଜୟୱାଡା ଟ୍ରେନ ପରିବର୍ତ୍ତିତ ସମୟରେ ଚଳାଚଳ

ଭୁବନେଶ୍ୱର: ହାଓ୍ବଡ଼ା-ସିକନ୍ଦରାବାଦ, ଶାଲୀମାର-ସିକନ୍ଦରାବାଦ ଏବଂ ବିଶାଖାପାଟଣା-ବିଜୟୱାଡା ସ୍ୱତନ୍ତ୍ର ଟ୍ରେନ ପରିବର୍ତିତ ସମୟରେ ଚଳାଚଳ କରିବ।

ରେଳବାଇର ସୂଚନା ଅନୁଯାୟୀ ପରିଚାଳନାଗତ ଦୃଷ୍ଟିକୋଣରୁ ଏବଂ ଯାତ୍ରୀ ମାନଙ୍କର ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଉଭୟ ପାର୍ଶ୍ୱରୁ ଡିସେମ୍ବର ମାସ ପହିଲା ଠାରୁ ୦୨୭୦୪/୦୨୭୦୩ ସିକନ୍ଦରାବାଦ-ହାଓ୍ବଡ଼ା-ସିକନ୍ଦରାବାଦ ବିଶେଷ ଟ୍ରେନ ପରିବର୍ତିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ।

ଏହି ଟ୍ରେନ ସିକନ୍ଦରାବାଦ ଠାରୁ ଅପରାହ୍ନ ୩ଘ.୫୫ମି.ରେ ଛାଡି ହାଓ୍ବଡ଼ା ଠାରେ ତା’ପରଦିନ ଅପରାହ୍ନ ୫ଘ.୪୦ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ ହାଓ୍ବଡ଼ା ଠାରୁ ପୂର୍ବାହ୍ନ ୮ଘ.୩୫ମି.ରେ ଛାଡି ସିକନ୍ଦରାବାଦ ଠାରେ ତା’ପରଦିନ ପୂର୍ବାହ୍ନ ୧୦ଘ.୧୦ମି.ରେ ପହଞ୍ଚିବ। ଏହି ଟ୍ରେନ ପାଇଁ ସ୍ଥିରୀକୃତ ରହଣି ଷ୍ଟେସନ ମାନଙ୍କଠାରେ ସମୟରେ ପରିବର୍ତ୍ତନ କରାଯାଇଅଛି।

ଡିସେମ୍ବର ମାସ ପହିଲା ଠାରୁ ସିକନ୍ଦରାବାଦ ଠାରୁ ଏବଂ ଡିସେମ୍ବର ମାସ ୨ ତାରିଖ ଠାରୁ ଶାଲୀମାରରୁ ୦୨୭୭୪/୦୨୭୭୩ ଶାଲୀମାର-ସିକନ୍ଦରାବାଦ-ଶାଲୀମାର ବିଶେଷ ଟ୍ରେନ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବ।

ଏହି ଟ୍ରେନ ସିକନ୍ଦରାବାଦ ଠାରୁ ପ୍ରତି ମଙ୍ଗଳବାର ଦିନ ଭୋର ୩ଘ.୫୫ମି.ରେ ଛାଡି ଶାଲୀମାର ଠାରେ ତା’ପରଦିନ ସକାଳ ୬ଘ.୦୫ମି.ରେ ପହଞ୍ଚିବ।

ଫେରିବା ମାର୍ଗରେ ଏହି ଟ୍ରେନ ଶାଲୀମାର ଠାରୁ ଅପରାହ୍ନ ୪ଘ.୧୦ମି.ରେ ଛାଡି ସିକନ୍ଦରାବାଦ ଠାରେ ତା’ପରଦିନ ସନ୍ଧ୍ୟା ୬ ଘଟିକାରେ ପହଞ୍ଚିବ। ଏହି ଟ୍ରେନ ପାଇଁ ସ୍ଥିରୀକୃତ ରହଣି ଷ୍ଟେସନ ମାନଙ୍କଠାରେ ସମୟରେ ପରିବର୍ତ୍ତନ କରାଯାଇଅଛି।

ଡିସେମ୍ବର ମାସ ପହିଲା ଠାରୁ ୦୨୭୧୮/୦୨୭୧୭ ବିଜୟୱାଡା-ବିଶାଖାପାଟନମ୍-ବିଜୟୱାଡା ବିଶେଷ ଟ୍ରେନ ବିଜୟୱାଡା ଠାରୁ ସକାଳ ୦୬ଘ.୧୫ମି.ରେ ଛାଡି ବିଶାଖାପାଟନମ୍ ରେ ଅପରାହ୍ନ ୧୨ଘ.୨୦ମି.ରେ ପହଞ୍ଚିବ ଏବଂ ବିଶାଖାପାଟନମ୍ ଠାରୁ ଅପରାହ୍ନ ୧୨ଘ.୫୫ମି.ରେ ଛାଡି ବିଜୟୱାଡା ଠାରେ ସନ୍ଧ୍ୟା ୭ଘଟିକାରେ ପହଞ୍ଚିବ।

ଏହି ଟ୍ରେନ ପାଇଁ ସ୍ଥିରୀକୃତ ରହଣି ଷ୍ଟେସନ ମାନଙ୍କଠାରେ ସମୟରେ ପରିବର୍ତ୍ତନ କରାଯାଇଅଛି।

Leave A Reply

Your email address will not be published.