ପୁରୀ: ପୁରୀ ଜିଲ୍ଲାର ବ୍ରହ୍ମଗିରି ସମେତ ବିଭିନ୍ନ ଅଞ୍ଚଳର ୭୦ ପ୍ରତିଶତ ଲୋକ ଲୋକେ ଚାଷ ଉପରେ ନିର୍ଭର କରନ୍ତି । ହେଲେ ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ରଖୁଥିବା ଅଭିଯୋଗ ହୋଇଛି । ଗତ ରବି ଋତୁରେ ଚାଷୀମାନଙ୍କ ସମସ୍ତ ଧାନ କିଣିବା ପାଇଁ ସରକାରଙ୍କ ତରଫରୁ ଧାନ କିଣିବାପାଇଁ ଘୋଷଣା ହୋଇଥିଲା ।
ଏନେଇ ଚାଷୀମାନେ ପଞ୍ଜିକରଣ ମଧ୍ୟ କରିଥିଲେ । ଚାଷୀମାନଙ୍କୁ ଟୋକନ ମଧ୍ୟ ଦିଆଯାଇଥିଲା । ହେଲେ ସରକାର ଟାଳଟୁଳ ନୀତି ଅବଲମ୍ବନ କରି ସେବାସମବାୟ ସମିତି ଗୁଡିକୁ ନିର୍ଦ୍ଧାରିତ ସମୟରେ ଟାର୍ଗେଟ ନଦେଇ ଚାଷୀମାନଙ୍କ ସହ ଖେଳ ଖେଳିଲେ ବୋଲି ଅଭିଯୋଗ ହୋଇଛ ।
ଜୁନ୍ ମାସ ୩୦ ତାରିଖ ରାତି ୧୨ଟା ସୁଦ୍ଧା ସମୟ ଶେଷ ହେଉଥିବା ବେଳେ ରାତି ୯ଟା ୪୫ରେ ବ୍ରହ୍ମଗିରି ଏବଂ ପୁରୀ ସଦର ବ୍ଲକର ସମସ୍ତ ପ୍ରାଥମିକ ସେବା ସମବାୟ ସମିତି ଗୁଡିକୁ ଟାର୍ଗେଟ ପ୍ରଦାନ କରାଯାଇଥିଲା । ଏହା ଦ୍ୱାରା ସମସ୍ତ ପଞ୍ଜିକୃତ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।
ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ ପ୍ରତିଶତ ଚାଷୀ ନିଜର ଉତ୍ପାଦିତ ଧାନ ସରକାରୀ ବ୍ୟବସ୍ଥାରେ ଧାନ ବିକ୍ରି କରିବାକୁ ବଞ୍ଚିତ ହୋଇଛନ୍ତି । ଚାଷୀମାନେ ମନ୍ତ୍ରୀଙ୍କ ପ୍ରତିଶୃତି ପାଇ ମଣ୍ଡିରେ ଧାନ ରଖିଥିଲେ ମଧ୍ୟ ସେମାନଙ୍କ ଧାନ କିଣାଯାଇନାହିଁ । ସେଥିପାଇଁ ବ୍ରହ୍ମଗିରିରର ହଜାର ହଜାର ଚାଷୀ ଏବେ କାନ୍ଦୁଛନ୍ତି ।
ସେଥିପାଇଁ ଆଜି ବିଜେଡି ତରଫରୁ ଏକ ବିରାଟ ରାଲି ସହ ଟ୍ରାକ୍ଟରରେ ଧାନ ଅଣାଯାଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଛି । ଜିଲ୍ଲାପାଳ ମଧ୍ୟ ଏହି ଘଟଣାକୁ ଗୁରୁତର ସହ ନେଇ ସରକାରଙ୍କୁ ଅବଗତ କରାଇବେ ବୋଲି ପ୍ରତିଶୃତି ଦେଇଛନ୍ତି ।
Comments are closed.