Latest Odisha News

BREAKING NEWS

ଫେବ୍ରୁଆରି ୧ ରେ ଚାଷୀ ସଂଗଠନ ପାର୍ଲାମେଣ୍ଟ ଚାଲ୍ ଅଭିଯାନ

ନୂଆଦିଲ୍ଲୀ: ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଥିବା ଚାଷୀମାନେ ଆଜି କେନ୍ଦ୍ର ସରକାରକୁ ଆଉ ଏକ ବଡ ଚେତାବନୀ ଦେଇଛନ୍ତି । ଆସନ୍ତା ଫେବ୍ରୁଆରି ୧ ରେ ସାଧାରଣ ବଜେଟ ସଂସଦରେ ଉପସ୍ଥାପନ ହେବାର ଅଛି । ସେହି ଦିନ ସଂସଦ ଚାଲ୍ ଡାକରା ଦେଇଛନ୍ତି ସେମାନେ । ଦେଶର ବିଭିନ୍ନ ସ୍ଥାନରୁ ଚାଷୀମାନେ ସଂସଦ ଆଡକୁ ଯାତ୍ରା କରିବେ ବୋଲି ଘୋଷଣା କରିଛନ୍ତି । କ୍ରାନ୍ତିକାରୀ କିଷାନ ମହାସଂଘର ଦର୍ଶନ ପାଲ ଏହି ସୂଚନା ଦେଇ କହିଛନ୍ତି, ଏହି କୃଷି ଆଇନ ପ୍ରତ୍ୟାହାର ନ ହେବା ଯାଏ ଆନ୍ଦୋଳନରୁ ଓହରିବେ ନାହିଁ ଚାଷୀ ।

ତିନିଟି ବିବାଦୀୟ ତ୍କୃଷି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହାର ଦାବି କରି ଆସନ୍ତାକାଲି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକଟର ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । କେମିତି ରାଲି ହେବ କେତେ ଚାଷୀ ଭାଗ ନେବେ ଦିଲ୍ଲୀର କେଉଁ ଅଞ୍ଚଳକୁ ଟ୍ରାକଟର ଯାଇପାରିବ, ସେଇ ବିବାଦର ସମାଧାନ ନ ହେଉଣୁ ଚାଷୀମାନେ ପୁଣି ଏକ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।

ଆସନ୍ତାକାଲି ଟ୍ରାକ୍‌ଟର ରାଲି ପାଇଁ ଦିଲ୍ଲୀ ପୋଲିସ ୩ଟି ରୁଟ୍‌ର ଅନୁମତି ଦେଇଛି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସାଧାରଣତନ୍ତ୍ର ଦିବସ ପରେଡ ପରେ ଦିନ ୧୦ଟା ପରେ ରିଂ ରୋଡର ୩ଟି ସ୍ଥାନରେ ଏହି ଟ୍ରାକଟର ରାଲି ହେବ । ଗଣତନ୍ତ୍ର ଦିବସ ପରେଡ ସରିବା ଆଗରୁ ଟ୍ରାକଟର ରାଲି ଦିଲ୍ଲୀ ଭିତରେ ପ୍ରବେଶ କରିପାରିବ ନାହିଁ ବୋଲି ଦିଲ୍ଲୀ ପୋଲିସ କହିଛି ।

Leave A Reply

Your email address will not be published.