Latest Odisha News

BREAKING NEWS

ଓଡ଼ିଶାରୁ ଦିନକରେ ୧୪୦ କରୋନା ରୋଗୀ ସୁସ୍ଥ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୪୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏଥିମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୫ ଜଣ ରହିଛନ୍ତି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

 

ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୩୦ ନୂଆ ଆକ୍ରାନ୍ତ । ୨୪ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୬ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୪ଟି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ୱଲପୁରରେ ଏହି ସଂଖ୍ୟା ରହିଛି ୧୪ । ବାକି ୨୨ ଜିଲ୍ଲାରୁ ୧୦ରୁ କମ୍ ଲେଖାଏ ନୂଆ ଆକ୍ରାନ୍ତ ବାହାରିଛନ୍ତି । ୬ଟି ଜିଲ୍ଲା ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ, କୋରାପୁଟ, ନୟାଗଡ଼, ମାଲକାନଗିରି ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୪୩୦କୁ ବୃଦ୍ଧି ପାଇଛି । ଏଯାବତ ରାଜ୍ୟରେ ୧୯୦୬ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ଆରୋଗ୍ୟଙ୍କୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୧ ହଜାର ୨୮୪ରେ ପହଞ୍ଚିଛି।

ଅଧିକ ପଢନ୍ତୁ- ଫେବ୍ରୁଆରୀ ୧୪ରୁ ରାଜ୍ୟରେ ଦିଆଯିବ ଦ୍ୱିତୀୟ ଡୋଜ କୋଭିଡ୍ ଟିକା

Leave A Reply

Your email address will not be published.