Latest Odisha News

BREAKING NEWS

କୃଷକ ଆନ୍ଦୋଳନ ନେଇ ଚିନ୍ତା ବ୍ୟକ୍ତ କଲେ ସୁପ୍ରିମକୋର୍ଟ, ଆନ୍ଦୋଳନ ଯୋଗୁ ତବଲିଘ ଜମାତ ଭଳି ପରିସ୍ଥିତି ସୃଷ୍ଟି ନ ହେଉ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ନିୟମକୁ ନେଇ କୃଷକ ଆନ୍ଦୋଳନ ଜୋର ଧରିଛି । ଏ ନେଇ ଗୁରୁବାର ମାନ୍ୟବର ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି । ସିଘୁଂ ସୀମାରେ ଯେଉଁଭଳି ଢ଼ଙ୍ଗରେ ଆନ୍ଦୋଳନ ଚାଲିଛି ଏହା ତବଲିଘ ଜମାତ ଭଳି ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି । ଆନ୍ଦୋଳନ ସ୍ଥଳରେ କରୋନା ନିୟମ ପାଳନ ହେଉଛି କି ନାହିଁ ପ୍ରଧାନବିଚାରପତି ଏସ.ଏ.ବୋବଡେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ସରକାର ଆନ୍ଦୋଳନସ୍ଥଳୀର ସ୍ଥିତି ବିଷୟରେ ଅନୁଧ୍ୟାନ କରୁଛନ୍ତି । ଲକଡାଉନ ସମୟରେ ଏକାଧିକ ଲୋକ ଏକାଠି ନେବା ନେଇ ଏକ ଜନସ୍ୱାର୍ଥ ମାମଲା ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି ।

Leave A Reply

Your email address will not be published.