Latest Odisha News

BREAKING NEWS

ବନ୍ଧୁକ ମୁନରେ ଲୁଟି ନେଲେ ୧୦ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା

ବାରିପଦା: ସଦର ଥାନା ଅଞ୍ଚଳରେ ଆଜି ଦିନ ଦ୍ୱିପ୍ରହରରେ ଏକ ବଡ ଧରଣର ଡକାୟତି ହୋଇଛି । ୪ଜଣ ଦୁର୍ବୃତ ଏକ ମୋଟର ସାଇକେଲରେ ଆସି ଗୁଞ୍ଜୁ ସାହି ନିକଟରେ ଏକ କାରକୁ ଅଟକାଇ ଯାତ୍ରୀମାନଙ୍କଠାରୁ ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ, କାରଟି ଶୁଳିଆପଦା ଥାନା ଅଂଚଳରୁ ବାଲିଆପାଳ ଯାଉଥିବା ବେଳେ ଦୁର୍ବୁତମାନେ କାରକୁ ଅଟକାଇଥିଲେ । ବନ୍ଧୁକ ଦେଖାଇ କାରରେ ବସିଥିବା କୃଷ୍ଣ ମାହାନା, ଦୀନକୃଷ୍ଣ ମାହାନା, ବାବୁ ବାରିକ, ମୁକେଶ ବାରିକ ଏବଂ ମଞ୍ଜୁଲତା ବାରକ ପିନ୍ଧିଥିବା ସୁନାଗହଣା ଛଡାଇ ନେଇଥିଲେ । ଏପରିକି ସେମାନଙ୍କ ମଧ୍ୟରୁ ଜଣଙ୍କୁ ଆକ୍ରମଣ କରି ତାଙ୍କ ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ହୋଇଛି । ସେମାନେ ଛଡାଇ ନେଇଥିବା ସୁନାଗହଣା ୧୦ ଲକ୍ଷରୁ ଅଧିକ ଟଙ୍କାର ହେବ ବୋଲି ଅଭିଯେ୧ାଗ ହୋଇଛି ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.