Latest Odisha News

BREAKING NEWS

ଉତ୍ତରପ୍ରଦେଶ: ଟୋଲ ପ୍ଲାଜା ବନ୍ଦ କରିବାକୁ କୃଷକଙ୍କ ଧମକ; ସତର୍କ ସୂଚନା ଜାରି କଲା ୟୁପି ପ୍ରଶାସନ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ୧୭ ଦିନରେ ପହଞ୍ଚିଛି। ଦାବି ପୂରଣ ନହେଲେ ଏହା ଆହୁରି ଉଗ୍ର ରୂପ ଧାରଣ କରିବ ବୋଲି କୃଷକ ସଂଘ ଚେତାବନୀ ଦେଇଛି। ହରିୟାଣାର ଉତ୍ତେଜିତ କୃଷକମାନେ ଟୋଲ ପ୍ଲାଜା ବନ୍ଦ କରିବାକୁ ଧମକ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପାଞ୍ଚଟି ଟୋଲ ପ୍ଲାଜାରେ ୩୫୦୦ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ଏ ନେଇ ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ଯାତାୟାତ ବନ୍ଦ କରିବାକୁ କୃଷକ ସଂଗଠନ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ହରିୟାଣାର କୃଷକମାନେ ଟୋଲ ପ୍ଲାଜାକୁ ଘେରି ରହିବାକୁ ଆହ୍ବାନ ଦେଇଛନ୍ତି। ଯେଉଁଥିପାଇଁ ଗୁରୁଗ୍ରାମ ଏବଂ ଫରିଦାବାଦରେ ପୋଲିସର ସତର୍କ ସୂଚନା ଜାରି କରିଛି ଏବଂ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯାଇଛି।

ୟୁପିର ସମସ୍ତ ଟୋଲ୍ ପ୍ଲାଜାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ସତର୍କ ରହିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ରାଜ୍ୟର ସମସ୍ତ ୧୩୦ଟି ଟୋଲ ପ୍ଲାଜାରେ ପୋଲିସ ଏବଂ ପିଏସି ନିୟୋଜିତ ହୋଇଛନ୍ତି।

କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଡିଜିପି ମୁଖ୍ୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଟୋଲ ପ୍ଲାଜାର ସୁରକ୍ଷା ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲା ଅଧିନାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫାୟାର ବ୍ରିଗେଡ୍, ୟୁପି ୧୧୨, ଇଣ୍ଟେଲିଜେନ୍ସ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.