Latest Odisha News

BREAKING NEWS

ପୁରୀ ବାସେଳି ସାହି ଥାନା ଅଞ୍ଚଳରେ ଯୁବକଙ୍କୁ ଛୁରା ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ପୁରୀ: ବାସେଳି ସାହି ଥାନା ବାଲି ସ୍କୁଲ ନିକଟରେ ହୋଇଥିବା ଛୁରା ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏମାନେ ହେଲେ ବାସେଳି ସାହି ଥାନା ଜଗନ୍ନାଥ ବସ୍ତିର ଜଗନ୍ନାଥ ସ୍ୱାଇଁ ଓ ଲୋକନାଥ ରୋଡ୍ ଅଞ୍ଚଳର ଲୋକନାଥ ମିଶ୍ର । ଭାଗ୍ୟଧର ହରିଚନ୍ଦନଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ଅଭିଯୋଗ ପରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।

ଗୀତାଞ୍ଜଳିଙ୍କ ଅଭିଯୋଗ ଅନୁସାରେ ଶୁକ୍ରବାର ଦୁଇ ଅଭିଯୁକ୍ତ ଜଗନ୍ନାଥ ଓ ଲୋକନାଥ ତାଙ୍କ ଦିଅର ଶ୍ରୀଧର ହରିଚନ୍ଦନଙ୍କ ସହ ପାଟିତୁଣ୍ଡ କରୁଥିଲେ । ମାଡ଼ ମାରିବା ସହ ଆକ୍ରମଣ କରିବା ବେଳେ ତାଙ୍କ ସ୍ୱାମୀ ଅଟକାଇଥିଲେ । ଏତିକିବେଳେ ଅଭିଯୁକ୍ତଙ୍କ ଛୁରା ମାଡ଼ରେ ତାଙ୍କ ସ୍ୱାମୀ ଭାଗ୍ୟଧର ଗୁରୁତର ହୋଇଥିଲେ । ପୁରୀ ମେଡ଼ିକାଲରେ ତାଙ୍କର ଚିକିତ୍ସା ଚାଲିଛି ।

Leave A Reply

Your email address will not be published.