Latest Odisha News

BREAKING NEWS

ଶୀଘ୍ର ଶ୍ରୀମନ୍ଦିର ଖୋଲିବାକୁ ଦାବି କଲେ ରାଜ୍ୟ ବିଜେପି ପ୍ରଭାରୀ

ପୁରୀ: ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଶୀଘ୍ର ଖୋଲାଯାଉ । ଏହି ଦାବି କରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ଆଜି ସେ ସକାଳୁ ସକାଳୁ ପୁରୀରେ ପହଞ୍ଚିଥିଲେ । ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରିଥିଲେ ପୁରନ୍ଦେଶ୍ୱରୀ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପ ଜଳାଇବା ସହ ଆଶୀର୍ବାଦ ନେଇଥିଲେ । ଏହାପରେ ଶ୍ରୀମନ୍ଦିର ଶୀଘ୍ର ଖୋଲିବା ପାଇଁ ଦାବି କରିଛନ୍ତି ।

ପୁରନ୍ଦେଶ୍ୱରୀ କହିଛନ୍ତି, ଦେଶରେ ଯେତେ ବଡ଼ ବଡ଼ ମନ୍ଦିର ରହିଛି ଖୋଲି ସାରିଲାଣି । ଶ୍ରୀଜଗନ୍ନାଥ ମନ୍ଦିର ନ ଖୋଲିବା ଲୋକଙ୍କ ସାଙ୍ଗରେ ଖେଳିବା ସହ ସମାନ । ଶ୍ରୀମନ୍ଦିର ଶୀଘ୍ର ଖୋଲିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ସେ ଦାବି କରିଛନ୍ତି ।

ତାଙ୍କ ସହ ପୁରୀ ଯାଇଥିଲେ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା, ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଆଜି ଡି. ପୁରନ୍ଦେଶ୍ୱରୀଙ୍କ ଓଡ଼ିଶା ଗସ୍ତର ଚତୁର୍ଥ ଦିନ । ଗତକାଲି ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଜେପି ପଦାଧିକାରୀଙ୍କ ସହ ବୈଠକ କରିଥିଲେ ପୁରନ୍ଦେଶ୍ୱରୀ ।

Leave A Reply

Your email address will not be published.