Latest Odisha News

BREAKING NEWS

ନୂଆ କୃଷି ଆଇନକୁ ବିରୋଧ: ଉପବାସରେ ଦେଶର ଅନ୍ନଦାତା

ନୂଆଦିଲ୍ଲୀ: ଜିଦରେ ଅଟଳ ଚାଷୀ । ବାହାରି ପାରୁନି ସମାଧାନର ବାଟ । ବଢୁଛି ମୋଦି ସରକାରଙ୍କ ଟେନସନ୍ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଚଳାଇଥିବା ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି । ଆଜି ଦିଲ୍ଲୀର ସିଂଘୁ, ଟିକରି, ଗାଜିପୁର, ପଲଓ୍ୱଲ ସୀମାରେ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୫ଟା ଯାଏ ଉପବାସ ଚଳାଇଛନ୍ତି ହଜାର ହଜାର ଚାଷୀ ।

ଚାଷୀ ଆନ୍ଦୋଳନକୁ ବଢୁଛି ସମର୍ଥନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ମଧ୍ୟ କୃଷକଙ୍କ ଏହି ଅନଶନକୁ ସମର୍ଥନ ଜଣାଇବା ସହ ସେ ଓ ଆପ୍ କର୍ମୀମାନେ ଆଜି କୃଷକଙ୍କ ସହ ଉପବାସରେ ରହିବେ ବୋଲି ସୂଚନା ଦେଇଛନ୍ତି । କୃଷକ ସଂଗଠନ ବି ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ଅବରୋଧ କରି ରଖିଛନ୍ତି ।
ଆନ୍ଦୋଳନରେ ସାମିଲ ହେବାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ଦିଲ୍ଲୀକୁ ହଜାର ହଜାର ସଂଖ୍ୟାରେ କୃଷକ ଆସିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ରାଜସ୍ଥାନ ଓ ହରିୟାଣା ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛନ୍ତି । ଗତକାଲି ପୁଣିଥରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ କେନ୍ଦ୍ରମନ୍ତ୍ରୀ ସୋମ୍‌ ପ୍ରକାଶ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଛନ୍ତି ।

Comments are closed.