ଭୁବନେଶ୍ୱର: ପ୍ରଥମ ରାଜ୍ୟ ଭାବେ ଲକଡାଉନ୍ ଅବଧି ବଢାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତି ନେଇଛନ୍ତି । ତେବେ ଏହି ଲକଡାଉନ୍ ସମୟରେ କୃଷି କାମ ଜାରି ରହିବ ବୋଲି ନବୀନ ସ୍ପଷ୍ଟ କରିଛନ୍ତି । ଚାଷକାମ ବନ୍ଦ ହୋଇଗଲେ ଦେଶବାସୀଙ୍କ ଆହାର ବନ୍ଦ ହୋଇଯିବ । ତେଣୁ ତାଲାବନ୍ଦ ଭିତରେ କୃଷକ ମାନେ ଚାଷକାମ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
Odisha Cabinet headed by CM @Naveen_Odisha decided to extend the state lockdown till April 30th & recommended Union Government to extend the national lockdown till then. CM requested the GoI not to start train & air services during the lockdown. #OdishaFightsCorona pic.twitter.com/2hjTGqR0y6
— CMO Odisha (@CMO_Odisha) April 9, 2020
ପ୍ରଥମେ ୨୧ ଦିନ ଏବଂ ପରେ ଆଉ ୧୫ ଦିନ ପାଇଁ ତାଲାବନ୍ଦ ନିଷ୍ପତି ହୋଇଛି । ପାଖାପାଖି ଦେଢମାସର ଏହି ଲକଡାଉନ୍ ବେଳେ ରାଜ୍ୟରେ ବିଭିନ୍ନ କାମ ବନ୍ଦ ରହିଛି । ତେବେ ଗରିବ ଲୋକଙ୍କୁ ରୋଜଗାର ଦେବା ପାଇଁ ଏନ୍ଆର୍ଇଜିଏସ୍ କାର୍ଯ୍ୟକ୍ରମ ଜାରି ରହିବ । କିନ୍ତୁ କୃଷି ଓ ମନରେଗା କାମ ବେଳେ ସାମାଜିକ ଦୂରତାକୁ କଡାକଡି ଭାବେ ପାଳନ କରିବାକୁ ନବୀନ କହିିଛନ୍ତି । ଲୋକଙ୍କ ଖାଦ୍ୟ ନିରାପତ୍ତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଲକଡାଉନ୍ ସମୟରେ ଯେପରି ମାଲ ପରିବହନରେ ବାଧା ସୃଷ୍ଟି ନହୁଏ ସେଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି ବୋଲି ନବୀନ କହିଛନ୍ତି।
Comments are closed.