Latest Odisha News

BREAKING NEWS

ମୋଦିଙ୍କ ଜମ୍ମୁ–କାଶ୍ମୀର ନୂଆ ବିକାଶ ଟିପ୍ପଣୀକୁ ନେଇ ବର୍ଷିଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର: ସମ୍ୱିଧାନର ଧାରା ୩୭୦ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ-କାଶ୍ମୀରର ନୂଆ ବିକାଶ ଟିପ୍ପଣୀକୁ ନେଇ ବର୍ଷିଛନ୍ତି ଜମ୍ମୁ –କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ  ଫାରୁକ ଅବଦୁଲ୍ଲା ।

ଫାରୁକ ଅବଦୁଲ୍ଲା ପ୍ରଶ୍ନ କରିଛନ୍ତି ଯେ, ଯଦି ଧାରା ୩୭୦ ଏତେ ଖରାପ ଥିଲା, ତେବେ  ଜାମ୍ମୁ କାଶ୍ମୀର କିପରି  ଅଗ୍ରଗତି କଲା? ବରଂ ଧାରା ୩୭୦ ରଦ୍ଦ ହେତୁ ପାଠପଢ଼ା ଅଧିକ ମହଙ୍ଗା ହୋଇଛି ।

ଫାରୁକ ଅବଦୁଲ୍ଲା କହିଛନ୍ତି,‘‘ ମୁଁ ଚାହୁଁଛି ଧାରା ୩୭୦ ଥିବା ସମୟରେ ରାଜ୍ୟସଭାର ତତକାଳୀନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ଦୁଇ ରାଜ୍ୟ ଗୁଜରାଟ ଓ ଜାମ୍ମୁ –କାଶ୍ମୀରର ତୁଳନା ନେଇ ଦେଇଥିବା ଭାଷଣକୁ ପ୍ରଧାନମନ୍ତ୍ରୀ ମୋଦି ଭଲ କରି ଶୁଣନ୍ତୁ । ଏବେ ଯଦି ଧାରା ୩୭୦ ଭାଇ-ପୁତୁରାବାଦ ହେଇଗଲା ତେବେ ଜାମ୍ମୁ-କାଶ୍ମୀରରେ ପ୍ରଗତି ହେଲା କେମିତି । ଏଠାରେ ଲୋକଙ୍କ ଶାସନ ଚାଲିଛି, ମୁଁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚନ ହାରିଗଲି । ତାହା ହେଲେ ବଂଶବାଦ ଶାସନ ଆସିଲା କୋଉଠୁ ।’’

ଅବଦୁଲ୍ଲା କହିଛନ୍ତି,‘‘ ପୂର୍ବରୁ ଏଠାରେ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପାଠପଢ଼ା ଯାଏଁ ସବୁ କିଛି ନିଃଶୁଳ୍କ ଥିଲା । ଏବେ କେବଳ ଚତୁର୍ଦଶ ଶ୍ରେଣୀ ଯାଏଁ ପାଠପଢ଼ା ମାଗଲା ରହିଛି । ବିଶ୍ୱବିଦ୍ୟାଳୟ ପାଠପଢ଼ା ପାଇଁ ଟଙ୍କା ଭରିବାକୁ ପଡ଼ୁଛି ।  ତେଣୁ ୩୭୦ ପୂର୍ବରୁ ଜମ୍ମୁ-କାଶ୍ମୀର କେମିତି ଥିଲା  ଓ ଏବେ କେମିତି ଅଛି ତାର ଯାଞ୍ଚ ପାଇଁ ଏକ ନିରପେକ୍ଷ କମିଶନ ଗଠନ ହେବା ଉଚିତ ।’’

ସୂଚନାଯୋଗ୍ୟ, ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଜମ୍ମୁ-କାଶ୍ମୀର ଗସ୍ତ ବେଳେ କହିଥିଲେ ୩୭୦ ଧାରା ଉଚ୍ଛେଦ ହେଲା ପରେ ଜମ୍ମୁ-କାଶ୍ମୀରରେ ପ୍ରଗତୀ ନୂଆ ଶିଖର ଛୁଉଁଛି ।

 

Leave A Reply

Your email address will not be published.