Latest Odisha News

ବାପାଙ୍କ ପାଇଁ ଚିଠି ଲେଖି ୧୧ ମହଲା ଛାତରୁ ଡେଇଁପଡ଼ିଲେ ଯୁବତୀ

ଗାଜିଆବାଦ: ବାପା ଆପଣ ଥିଲେ କେହି ଖୁସିରେ ରହିପାରିବେନି । ମୁଁ ଯେଉଁ ଲକ୍ଷ୍ୟ ରଖି କାମ କରୁଥିଲି ତାହା ମିଳୁନାହିଁ । ମୁଁ ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଲିନି । କିଛି ଏଇଭଳି ଭାବେ ଏକ ଚିଠି ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ୨୫ ବର୍ଷିୟ ଫ୍ୟାସନ ଡିଜାଇନର ।

ଉତ୍ତରପ୍ରଦେଶର ଗାଜିଆବାଦର ଏକ୍ସଟେନ୍ସନରେ ଥିବା କେଡବ୍ଲ୍ୟୁ ସୃଷ୍ଟି ସୋସାଇଟିରେ ସୋମବାର ରାତି ୮ଟା ସମୟରେ ୧୧ ମହଲାରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ନନ୍ଦପୁର ପୋଲିସ ଖବର ପାଇ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଚେଦ ପାଇଁ ପଠାଇଥିଲା । ମୃତ ଯୁବତୀଙ୍କ ନାମ ଆୟୁଷି ଦୀକ୍ଷିତ ବୋଲି ଜଣାପଡିଛି ।

ପୋଲିସ ସୂଚନା ଅନୁସାରେ, ମୃତ ଯୁବତୀ ଜଣକ ଡାଏରୀରେ ଏକ ସୁଇସାଇଡ ନୋଟ୍ ଲେଖିଥିଲେ । ଯେଉଁଥିରେ ସେ ସେ ପରିବାର ଓ ଚାକିରିର ଚାପ ବିଷୟରେ ସେ ଉଲ୍ଲେଖ କରିଛନ୍ତି।

ମେରଟର ବାସିନ୍ଦା ସତୀଶ ଦୀକ୍ଷିତ ପତ୍ନୀ ଆଶା, ବଡ଼ ଝିଅ ଶ୍ରୁତି, ସାନ ଝିଅ ଆୟୁଷି ଏବଂ ପୁଅ ନିକିଶ ସହ ଫ୍ଲାଟ ନମ୍ବର ୧୧୦୧ ରେ ରହୁଥିଲେ । ଆୟୁଷି କଙ୍ଗରା, ହିମାଚଳରୁ ଫ୍ୟାଶନ ଡିଜାଇନିଂ ପାଠ୍ୟକ୍ରମ ପଢିବା ପ୍ରାୟ ତିନି ବର୍ଷ ଧରି ନୋଏଡାଠାରେ ଏକ ଫ୍ୟାଶନ ଡିଜାଇନର୍ ଭାବେ କାମ କରୁଥିଲେ ।

ଅନ୍ୟପକ୍ଷରେ ଆୟୁଶିଙ୍କ ବାପା ସତୀଶ ମେରଟର କାନଖେର ଖେରାର ବାସିନ୍ଦା। ଏଠାରେ ସେ ନିଜର ଗୋଟିଏ ଫ୍ୟାକ୍ଟ୍ରୀ ଚଳାନ୍ତି। ନିଜ ବାପାଙ୍କ ଶାସନରେ ଆୟୁଶି କାହିଁକି ଖୁସି ନଥିଲେ। ତା’ର ତଦନ୍ତ ପୁଲିସ୍ ଆରମ୍ଭ କରିଛି।

 

Comments are closed.