Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମହାଦେବଙ୍କ ମନ୍ଦିର ପୂଜାରେ ଜୀବନ୍ତ କଙ୍କଡ଼ା ପ୍ରସାଦ

ଗୁଜରାଟ: ଗୁଜୁରାଟର ସୁରଟରେ ବର୍ଷକୁ ଥରେ ଶବଦାହରେ ଏପରି ଏକ ନିଆରା ମେଳା ଅନୁଷ୍ଠିତ ହୁଏ । ଯାହା ବିଷୟରେ ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ଏହି ଶବଦାହ ମେଳାରେ କେବଳ ମୃତ ବ୍ୟକ୍ତିଙ୍କ ଶେଷ ଇଚ୍ଛା ପୂରଣ ପାଇଁ , ନାଁ କେବଳ ମୃତ ବ୍ୟକ୍ତିଙ୍କ ପ୍ରିୟ ଜିନିଷ ଚଢାଯାଏ, ତା ନୁହେଁ ମନ୍ଦିରରେ ପ୍ରସାଦ ସ୍ୱରୂପ ଜୀବନ୍ତ କଙ୍କଡା ଅର୍ପଣ କରାଯାଇଥାଏ ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ସୁରଟର ରାମନାଥ ଘେଲା ଶ୍ୟାମସନ୍ ଜମିର ଏହି ରୁଦ୍ଧନାଥ ମହାଦେବ ମନ୍ଦିରକୁ ଆସୁଥିବା ଭକ୍ତମାନେ ଜୀବନ୍ତ କଡଙ୍କା ପ୍ରସାଦ ସ୍ୱରୂପ ଅର୍ପଣ କରିଥାନ୍ତି । ଶିବଲିଙ୍ଗକୁ କଙ୍କଡା ଦେଉଥିବା ଭକ୍ତମାନେ ବର୍ଷକୁ ଥରେ ନିଜ ମାନସିକ ପୂରଣ ପରେ ଏଠାକୁ ଆସିଥାନ୍ତି ।

ମାଘ ମାସର ଏକାଦଶି ଦିନ, ବର୍ଷକୁ ଥରେ ଭକ୍ତମାନେ ଏପରି ଭାବେ ପୂଜାର୍ଚ୍ଚନା କରିଥାନ୍ତି । ଲୋକେ ଏଠାରେ କଙ୍କଡା ଦେବା ପଛରେ ରହିଛି ଅନେକ ବିଶ୍ୱାସ ।

ମନ୍ଦିର ପରିଦର୍ଶନ କରୁଥିବା ଭକ୍ତମାନେ ଅନ୍ୟ ନୈବେଦ୍ୟ ବ୍ୟତୀତ ସେମାନଙ୍କ ହାତରେ କେବଳ କଙ୍କଡା ହିଁ ଥାଏ । ଏହାକୁ ସମ୍ମାନ ଅନ୍ଧବିଶ୍ୱାସ ବୋଲି କୁହାଗଲେ ବି ଏହା ପଛରେ ରହିଛି ବାସ୍ତବତା । କୁହାଯାଏ ଯେ ଏହା କରିବା ଦ୍ୱାରା ମୃତ ବ୍ୟକ୍ତିର ଆତ୍ମା ତୁପ୍ତ ହୋଇଥାଏ

ତେବେ ବାସ୍ତବରେ ମହାଦେବଙ୍କ ନିକଟରେ ଏହି କଙ୍କଡା ପ୍ରସାଦ ଚଢାଇବାର କଣ ରହିଛି ରହସ୍ୟ। ତାହା କାହାକୁ ବି ଜଣା ନାହିଁ।. . .

 

Comments are closed, but trackbacks and pingbacks are open.