Latest Odisha News

BREAKING NEWS

ଫେସନ୍‌ରେ ବ୍ୟାଗ୍‌

ଭୁବନେଶ୍ବର: ଆମେ ଦେଖିଥିବା ଝିଅମାନେ ବିଭିନ୍ନ କାମ ପାଇଁ ଭିନ୍ନ ଭିନ୍ନ ବ୍ୟାଗ୍ ବ୍ୟବହାର କରିଥାନ୍ତି । କିନ୍ତୁ ଆଜିର ସମୟ ବଦଳଗଲାଣି । ପୁଅମାନେ ବି ବ୍ୟାଗ୍ ଫେସନ୍ କରିବାକୁ ଲାଗିଲେଣି । ପଢିବା ବେଳେ ଗୋଟେ ବ୍ୟାଗ୍ ତ ହ୍ୟାଙ୍ଗ ଆଉଟ୍ ବେଳେ ଆଉ ଏକ ବ୍ୟାଗ୍ ଅଫିସ୍‌ରେ ଆଉ ଏକ ବ୍ୟାଗ୍ । ଯାହା ନିଜ ପର୍ସାନିଲିଟ୍‌କୁ ବେଶ୍ ସୁହାଉଛି ।

ଆଜିର ଦିନରେ ସମୟ ସହ ରୁଚି ମଧ୍ୟ ବଦଳୁଛି । ଯୁବପିଢୀ ଏବେ ଫେସନ୍‌ରେ ରହିବାକୁ ପସନ୍ଦ କରୁଛନ୍ତି । ଖାସ୍ କରି ପୁଅମାନେ ଫେସନ କରିବାକୁ ପଛାଉ ନାହାନ୍ତି । ତେବେ ବ୍ୟାଗ୍ ଫେସନ୍ ଟ୍ରେଣ୍ଡରେ ପୁଆମାନେ ନିଜର ବ୍ୟକ୍ତିତ୍ୱକୁ ଖାପଖୁଇଲା ଭଳି ବ୍ୟାଗ୍ ଚୟନ କରୁଛନ୍ତି । ଏହାକୁ ନଜରରେ ରଖି ବଜାରରେ ଫର୍ମାଲ ଠାରୁ ଆରମ୍ଭ କରି ଇନ୍ ଫର୍ମାଲ୍ ବ୍ୟାଗ୍ ମିଳୁଛି । ତେବେ ଆସନ୍ତୁ ଜାଣିବା କେଉଁ ବ୍ୟାଗ୍ କେତେବେଳେ ବ୍ୟବହାର କରି ଆପଣ ଆହୁରି ଅଧିକ ଷ୍ଟାଇଲିସ୍ ସହ ଫେସନ୍‌ଏବଲ୍ ଲାଗିବେ ..

-ଭିନ୍ନ ଲୁକ୍ ଦେଖାଯିବା ପାଇଁ ଆପଣ ଏକ ସିମ୍ପଲ୍ ଓ ସୋବର୍ ବ୍ୟାଗ୍ ବ୍ୟବହାର କରିପାରିବେ । ଏହା ଦ୍ୱାରା ଆପଣ ଅଧିକ ଆକର୍ଷଣୀୟ ଲାଗିବେ ।

– ଯଦି ଆପଣ କମ୍ ଜିନିଷ ନେଇ କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି ,ତେବେ ଚମଡାର ଷ୍ଟାଇଲିସ୍ ବ୍ୟାଗ୍ ନେଇ ଯାଇପାରିବେ । ଷ୍ଟାଇଲିସ୍ ଲୁକ୍ ଦେବା ସହ ରିଚ୍ ଲୁକ୍ ମଧ୍ୟ ଦେଇଥାଏ ।

-ଆଜିକାଲି ପୁଅମାନେ ବି କମ୍ ଝୁଲାବାଲା ବ୍ୟାଗ୍ ବ୍ୟବହାର କରିଲେଣି । ଏହା ମଧ୍ୟ ଆଜିର ଫେସନ୍ ପାଲଟି ଯାଇଛି । ତେବେ କମ୍ ଜିନିଷ କ୍ୟାରି କରିବାବେଳେ କମ୍ ଝୁଲାବାଲା ବ୍ୟାଗ୍ ବ୍ୟବହାର କରନ୍ତୁ ।

-ସେହିପରି ଯଦି ଅଧିକ ଜିନିଷ କ୍ୟାରି କରୁଛନ୍ତି ତେବେ ହ୍ୟାଣ୍ଡବ୍ୟାଗ ବ୍ୟବହାର କରନ୍ତୁ । ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ହ୍ୟାଣ୍ଡବ୍ୟାଗ୍ ମିଳୁଛୁ ।

-ଡେନିମ ଜିନ୍ସ ଓ ଟି ସାର୍ଟ ସହ ଲାପଟପ୍ ବ୍ୟାଗ୍ ବ୍ୟବହାର କରନ୍ତୁ । ଆପଣଙ୍କୁ ବଜରାରେ ବିଭିନ୍ନ ରଙ୍ଗର ଲାପଟପ୍ ବ୍ୟାଗ୍ ମିଳିଯିବ । ନିଜର ମନ ପସନ୍ଦ ରଙ୍ଗର ବ୍ୟାଗ ନେଇ ପାରିବେ ।

– ଅଫିସ୍ ଯାଉଥିଲେ ଆପଣ ଫର୍ମାଲ୍ କରୋପରେଟ ବ୍ୟାଗ୍ କ୍ୟାରୀ କରନ୍ତୁ । ଏହି ବ୍ୟାଗ୍ ଆପଣଙ୍କ ପର୍ସନାଲିଟିକୁ ବେଶ୍ ମାନିବ ।

-ଜିମ୍‌କୁ କରୋପରେଟ୍ ବ୍ୟାଗ୍ ନେଇ ପାରିବେ । କିନ୍ତୁ ବ୍ୟାଗ୍‌ଟି କିଣିବା ପୂର୍ବରୁ ଆପଣଙ୍କ ସାଇଜ୍ ଓ ବ୍ୟବହାରକୁ ଦୃଷ୍ଟିରେ ରଖି କିଣନ୍ତୁ ।

-କଲେଜ ପଢୁଆ ପିଲାମାନେ ଝୁଲା ବ୍ୟାଗ୍ କ୍ୟାରି କରନ୍ତୁ । ଏହା କାନ୍ଧ ସାଇଟ୍‌ରେ ପକାନ୍ତୁ ।

 

Leave A Reply

Your email address will not be published.