Latest Odisha News

BREAKING NEWS

ସୁନ୍ଦର ସ୍ୱାସ୍ଥ୍ୟ ଲାଗି ଉପକାରୀ କଞ୍ଚା ଅମୃତଭଣ୍ଡା…

ଭୁବନେଶ୍ୱର: ପ୍ରାୟ ସମସ୍ତେ ପାଚିଲା ଅମୃତଭଣ୍ଡା ଖାଇବାକୁ ଭଲ ପାଆନ୍ତି, କିନ୍ତୁ କଞ୍ଚା ଅମୃତଭଣ୍ଡାରେ ପାଚିଲା ଅମୃତଭଣ୍ଡା ଠାରୁ ଅଧିକ ଔଷଧୀୟ ଗୁଣ ଭରି ରହିଛି । ଅବଶ୍ୟ ଅନେକଙ୍କ ଘରେ କଞ୍ଚା ଅମୃତଭଣ୍ଡାକୁ ବିଭିନ୍ନ ପ୍ରକାର ତରକାରୀ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ଯଦି ଆପଣ କଞ୍ଚା ଅମୃତଭଣ୍ଡା ନିୟମିତ ଖାଇବେ ତାହେଲେ ଅନେକ ପ୍ରକାରର ରୋଗରୁ ନିଜକୁ ମୁକ୍ତ ରଖିପାରିବେ ।

କଞ୍ଚା ଅମୃତଭଣ୍ଡାରେ ଭିଟାମିନ୍-ସି, ବି, ଏ ର ମୁଖ୍ୟ ସ୍ରୋତ ରହିଛି । ଏଥିସହ ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ମଧ୍ୟ ପ୍ରଚୁର ମାତ୍ରାରେ ରହିଛି ।

ଯାହାକି ଆମ ଶରୀରକୁ ବିଭିନ୍ନ ରୋଗବ୍ୟାଧିରୁ ରକ୍ଷା କରିପାରୁଛି । ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍-ଏ ରହିଛି । ଯାହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

– କଞ୍ଚା ଅମୃତଭଣ୍ଡା ମଧୁମେହ ରୋଗ ପାଇଁ ଖୁବ୍ ଲାଭଦାୟକ । ଏହା ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା କମ୍ ହୋଇଥାଏ ।

ଏଥିସହ ଶରୀରରେ ଇନ୍ସୁଲିନ୍ର ମାତ୍ରା ବଢ଼ିଯାଏ । ଯାହାଦ୍ୱାରା ଶର୍କରାକୁ ନିୟନ୍ତ୍ରିତ କରିବାରେ ସହାୟତା ମିଳିଥାଏ ।

– ମୋଟାପଣ ସମସ୍ୟାରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ ପାଇଁ କଞ୍ଚା ଅମୃତଭଣ୍ଡା ଖୁବ୍ ଲାଭଦାୟକ । ଏହା ଆମ ଶରୀରର ଓଜନ କମ୍ କରିପାରେ ।

କଞ୍ଚା ଅମୃତଭଣ୍ଡାରେ ପାଚିଲା ଠାରୁ ଅଧିକ ସକ୍ରିୟ ଏଞ୍ଜାଇମ୍ ରହିଛି ଯାହା ମୋଟାପଣକୁ କମ୍ କରିଥାଏ । ଏହାବ୍ୟତୀତ ଆଉ କିଛି ତତ୍ତ୍ୱ ରହିଛି ଯାହା ଶରୀରର ମେଟାବଲିଜିମ୍କୁ ଠିକ୍ କରିପାରେ ।

Leave A Reply

Your email address will not be published.