Latest Odisha News

BREAKING NEWS

ଭିନ୍ନକ୍ଷମଙ୍କ ପାଇଁ ଲାଗୁ ହେବନି ଫାସ୍‌ଟ୍ୟାଗ୍‌

ନୂଆଦିଲ୍ଲୀ: ଭିନ୍ନକ୍ଷମଙ୍କୁ ବଡ ଆଶ୍ୱସ୍ତି । ଦେବାକୁ ପଡିବନି କୌଣସି ଟୋଲ୍ ଫି । ଏପରିକି ଫାସ୍‌ଟ୍ୟାଗ୍ ବି ସେମାନଙ୍କ ପାଇଁ ଲାଗୁ ହେବନି । ହେଲେ ଏଥିପାଇଁ କିଛି ସର୍ତ୍ତ ରଖିଛନ୍ତି କେନ୍ଦ୍ର ସରକାର ।

ଦେଶସାରା ଥିବା ଜାତୀୟ ରାଜପଥରେ ମାଗଣା ଯାଆସ ପାଇଁ ଭିନ୍ନକ୍ଷମଙ୍କୁ ନିଜ ନାଁରେ ଗାଡି ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ଏହାପରେ ସେମାନଙ୍କୁ ନିଜ ଗାଡିରେ ଜିରୋ ଟ୍ରାନ୍‌ଜାକ୍ସନ କିମ୍ବା ଫ୍ରି ଫାସଟ୍ୟାଗ୍ ଲଗାଇବାକୁ ପଡିବ । ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ଏହି ନିୟମ ଲାଗୁ କରିଛି ।

୨୦୧୧ ଜନଗଣନାରେ ୨.୭ କୋଟି ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ କ୍ୱଚିତ୍ ତାଜା ସ୍ଥିତିରେ ଗାଡି ଚାଳନା କରୁଛନ୍ତି । ମାଗଣା ଟୋଲ୍ ଫି ଉପଲବ୍‌ଧ କରିବା ପାଇଁ ଭିନ୍ନକ୍ଷମଙ୍କୁ ସଶକ୍ତିକରଣ ବିଭାଗ ବା ଡିପାର୍ଟମେଣ୍ଟ ଅଫ୍ ଏମ୍ପାୱାରମେଣ୍ଟ ତରଫରୁ ସାର୍ଟିଫିକେଟ୍‌ର ନକଲ ଦାଖଲ କରିବାକୁ ପଡିବ ।

ବର୍ତ୍ତମାନ ସ୍ଥିତିରେ ଜିରୋ ଟ୍ରାନ୍‌ଜାକ୍ସନ୍ ଫାସଟ୍ୟାଗ୍ କେବଳ ବଛାବଛା ଲୋକଙ୍କୁ ପ୍ରଦାନ କରାଯାଇଛି । ଏହି ତାଲିକାରେ ସାମିଲ ଅଛନ୍ତି ସୁପ୍ରିମ୍ କୋର୍ଟ ଓ ହାଇକୋର୍ଟର ବିଚାରପତି, ବିଧାୟକ, ସାଂସଦ ଓ ନିୟମରେ ଅନ୍ତର୍ଭୁକ୍ତ ଅନ୍ୟ ସରକାରୀ କର୍ମଚାରୀ । ତେବେ ଆଗାମୀ ଦିନରେ ଫ୍ରି ଫାସ୍‌ଟ୍ୟାଗ ଭିନ୍ନକ୍ଷମଙ୍କୁ ମଧ୍ୟ ପ୍ରଦାନ କରାଯିବ ।

Leave A Reply

Your email address will not be published.