Latest Odisha News

BREAKING NEWS

ଘରୋଇ କଳହ ନେଲା ଉଗ୍ରରୂପ: ବାପା ନେଲା ପୁଅର ଜୀବନ

ଫୁଲବାଣୀ: ବାପା ପାଲଟିଗଲା ଜହ୍ଲାଦ। ପତ୍ନୀ ସହ ଲାଗି ରହୁଥିବା କଳହର ରାଗ ପୁଅ ଉପରେ ଶୁଝାଇଲା। ଶେଷରେ ନାବାଳକ ପୁଅକୁ ମାରିଦେଲା। ଏପରି ଏକ ସାଂଘାତିକ ଅଭିଯୋଗ ଫୁଲବାଣୀ ସହରରୁ ଆସିଛି।

ନିଜ ପୁଅକୁ ମାରି ବାପା ଜୀବନ ହାରିଥିବା ରୂପ ଦେବାକୁ ଫ୍ୟାନରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି। ଫୁଲବାଣୀ ସ୍ଥିତ କେନ୍ଦୁପଦର ସାହିରେ ଏଭଳି ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ବାପାକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ଅଭିଯୋଗ ଅନୁଯାୟୀ, କେନ୍ଦୁପଦର ସାହିର ପ୍ରମୋଦ ବଗର୍ତ୍ତୀ ଓ ତାଙ୍କ ପୁଅ ଅଭିଜିତ ମଧ୍ୟରେ ବିଭିନ୍ନ ସମୟରେ ପାଟିତୁଣ୍ଡ ହେଉଥିଲା। ଏନେଇ ମୃତ ଅଭିଜିତର ମାଆ ପୂର୍ବରୁ ଥାନାରେ ଏତଲା ଦେଇଥିଲେ। ଆଗକୁ ଏହିପରି କୌଣସି ଭୁଲ ନକରିବାକୁ ଥାନାରେ କହିଥିଲା ଅଭିଯୁକ୍ତ ପ୍ରମୋଦ। ତେବେ ଗତକାଲି ରାଗରେ ବାପା ପୁଅକୁ ମାରି ଦେବା ପରେ ଜୀବନ ହାରିଥିବା ରୂପ ଦେବାକୁ ଫ୍ୟାନରେ ଝୁଲାଇଦେଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି। ଦୋଷୀକୁ କଠୋର ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି ଟାଉନ ଥାନା ଅଧିକାରୀ।

Comments are closed.