Latest Odisha News

BREAKING NEWS

ବାପାର କଟୁରୀ ଚୋଟରେ ପୁଅର ମୃତ୍ୟୁ, ବାପ ଗୁରୁତର

ଭଦ୍ରକ: ପାରିବାରିକ କଳହର କରୁଣ ପରିଣତି । ବାପ ପୁଅ ଝଗଡ଼ା ଭିତରେ ବାପର କଟୁରୀ ଚୋଟରେ ଚାଲିଗଲା ପୁଅର ଜୀବନ । ବାପା ଗୁରୁତର ଅବସ୍ଥାରେ କଟକ ଏସିସିବିକୁ ସ୍ଥାନାନ୍ତରିତ । ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଂଚାୟତ ଅଧିନ ସୁନା ଗଢିଆ ଗାଁରେ ।

ସୂଚନାଯୋଗ୍ୟ, ସୁନାଗଢିଆ ଗାଁ ର ମାଧବ ବାରିକ ଓ ତାଙ୍କ ପୁଅ ଶଙ୍କର୍ଷଣ ବାରିକ କୌଣସି କଥାକୁ ନେଇ ଘର ଭିତରେ ଝଗଡା ଲାଗିଥିଲେ । ପରେ ଦୁହେଁ ଦୁହିଁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ପାଟି ଶୁଣି ଆସିବା ବେଳକୁ ପୁଅ ଶଙ୍କର୍ଷଣ ଓ ମାଧବ ଙ୍କୁ ରକ୍ତାକ୍ତ ଅବସ୍ଥାରେ ପାଇଥିଲେ ।

ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମାଧବଙ୍କୁ ଗାଁ ଲୋକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ ପରେ ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.