Latest Odisha News

BREAKING NEWS

ବିଜେପିକୁ ଶକ୍ତ ଝଟକା: ବିଜେଡିରେ ମିଶିଲେ ଅମୀୟ ଦାଶ

ଭୁବନେଶ୍ୱର: ବିଜେପିକୁ ଶକ୍ତ ଝଟକା । ବିଜେପି ଛାଡ଼ି ବିଜେଡିରେ ମିଶିଲେ ବରିଷ୍ଠ ନେତା ଅମୀୟ ଦାଶ । ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ଯୋଗଦେଲେ ଅମୀୟ । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସ୍ବାଗତ ସହ ଶୁଭେଚ୍ଛା ଜଣାଇଥିଲେ ।

ଦଳରେ ଯୋଗଦେବା ପରେ ଅମୀୟ ଦାଶ କହିଛନ୍ତି ଯେ, ବର୍ତ୍ତମାନ ସାଢ଼େ ଚାରି କୋଟି ଓଡିଆଙ୍କର ଆସ୍ଥା, ଭରସା ଓ ବିକାଶର ଗ୍ୟାରେଣ୍ଟି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ମୁ ବିଜେଡିରେ ଯୋଗ ଦେଇଛି । ଏକାମ୍ର ପ୍ରକଳ୍ପ କିଭଳି ଶେଷ ହେବ ଆମର ଲକ୍ଷ। ଏକାମ୍ର ଅନେକ କାମ ଶେଷ ସରିଛି । ଯାହା ବି ସମସ୍ୟା ଅଛି । ତାକୁ ଆଗକୁ ନେବା ପାଇଁ ମୁଁ ସାମିଲ ହୋଇଛି ।

ଅନ୍ୟପଟେ ବିଜେଡିରେ ଅମୀୟ ଦାଶଙ୍କ ଯୋଗଦାନ ପରେ ସସ୍ମିତ ପାତ୍ର କହିଛନ୍ତି ଯେ, ବିଜେଡି ଆହୁରି ଶକ୍ତିଶାଳୀ ହେବ । ଆଗାମୀ ଦିନରେ ୩ ନିର୍ବାଚନ ମଣ୍ଡଳୀ ଶକ୍ତି ବଢ଼ିବ । ବର୍ତ୍ତମାନ ଶଙ୍ଖ ଭବନ ଏକାମ୍ର ହୋଇ ଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.