Latest Odisha News

ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବାପପୁଅଙ୍କ ଆତ୍ମାହୁତି ଉଦ୍ୟମ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭାବନୀୟ ଘଟଣା । ଦେହରେ କିରାସିନି ଢାଳି ବାପପୁଅଙ୍କ ଆତ୍ମାହୁତି ଉଦ୍ୟମ । ଏତିକିବେଳେ ସେମାନଙ୍କୁ କାବୁ କଲା ପୋଲିସ । ସେମାନେ ହେଲେ ତାଳଚେର ସୋଲଡା ଗାଁର ସୁରେଶ ବେହେରା ଓ ତାଙ୍କ ପୁଅ ଅଜୟ ବେହେରା ।

ଆଜି ସକାଳ ପ୍ରାୟ ୧୧ଟା ବେଳେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ । ତେବେ ପୋଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି । ସେମାନେ ଅଭିଯୋଗ କରିଛନ୍ତି, ତାଳଚେର ଏମସିଏଲରେ ଖଣି ପାଇଁ ଜମି ହରାଇଛନ୍ତି । କିନ୍ତୁ ଚାକିରି ମିଳି ନାହିଁ । ଏନେଇ ବାରମ୍ବାର ଦାବି ଓ ଗୁହାରି କଲେ ବି ଏମସିଏଲ କର୍ତ୍ତୃପକ୍ଷ କି ଜିଲ୍ଲାପାଳ କେହି ଶୁଣୁ ନାହାନ୍ତି ।

Leave A Reply

Your email address will not be published.