Latest Odisha News

BREAKING NEWS

ଆସନ୍ତା କାଲି କଛ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଡିସେମ୍ବର ୧୫ ଅର୍ଥାତ୍‌ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କଛ୍‌ ଗସ୍ତରେ ଯିବେ। ଏହି ସମୟ ମଧ୍ୟରେ ସେ ରାଜ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରାଯାଇଛି। ପିଏମ୍‌ଓ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, ଏହି ପ୍ରକଳ୍ପଗୁଡିକରେ ଏକ ଡିଜାଲାଇଜେସନ୍ ପ୍ଲାଣ୍ଟ, ହାଇବ୍ରିଡ୍ ନବୀକରଣ ଯୋଗ୍ୟ ଶକ୍ତି ପାର୍କ ଏବଂ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଦୁଗ୍ଧ ପ୍ରକ୍ରିୟାକରଣ ଏବଂ ପ୍ୟାକିଂ ପ୍ଲାଣ୍ଟ ଅନ୍ତର୍ଭୁକ୍ତ। ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଉପସ୍ଥିତ ରହିବେ।

 

Leave A Reply

Your email address will not be published.