Latest Odisha News

BREAKING NEWS

ଦୁର୍ଘଟଣା ନେଲା ବାପା-ପୁଅଙ୍କ ଜୀବନ

କାମାକ୍ଷାନଗର: ବାପାଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍ । ଦୁର୍ଘଟଣାରେ ଚାଲିଗଲା ବାପା-ପୁଅଙ୍କ ଜୀବନ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ବିଜାଡିହ ନିକଟରେ ।

ମୃତକମାନେ ହେଲେ ପରଜଙ୍ଗର ରମଣି ମଲ୍ଲିକ ଓ ତାଙ୍କ ପୁଅ ସୁବ୍ରତ ମଲ୍ଲିକ । ଆଜି ସକାଳୁ ବାପାଙ୍କୁ ଡାକ୍ତର ଦେଖାଇବା ପାଇଁ ବାଇକ୍ ଯୋଗେ ଭୁବନେଶ୍ୱର ନେଉଥିଲେ ସୁବ୍ରତ । ବିଜାଡିହ ନିକଟରେ ବାଇକଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଆମ୍ବୁଲାନ୍ସ ଯୋଗେ ଦୁହିଁଙ୍କୁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନା ଅଣାଯାଇଥିଲା । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.