Latest Odisha News

BREAKING NEWS

ଜାନୁଆରୀରେ ଖୋଲିପାରେ ସ୍କୁଲ, ଛୁଟି ଦିନରେ ବି କ୍ଲାସ୍

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ଖୋଲିପାରେ ସ୍କୁଲ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ଯାହା ଡିସେମ୍ବରରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ ।

ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ଦିଆଯିବ । ଛୁଟି ଦିନରେ ବି କ୍ଲାସ ହେବ । କେବଳ ପର୍ବପର୍ବାଣୀରେ ସ୍କୁଲ ବନ୍ଦ ରହିବ । କ୍ଲାସରେ ପାଠପଢ଼ା ପରେ ପରୀକ୍ଷା ନେଇ ଚିନ୍ତା କରାଯିବ ।

କରୋନା ମହାମାରୀ ଯୋଗୁ ଗତ ମାର୍ଚ୍ଚ ମାସରୁ ରାଜ୍ୟରେ ସ୍କୁଲ ବନ୍ଦ ରହିଛି । ସଂକ୍ରମଣକୁ ଦୃଷ୍ଟିରେ ଡିସେମ୍ବର ୩୧ ଯାଏ ସରକାର ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରିଛନ୍ତି । କେବେ ସ୍କୁଲ ଖୋଲିବ ଓ ପରୀକ୍ଷା ହେବ ସେନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।

Leave A Reply

Your email address will not be published.