Latest Odisha News

BREAKING NEWS

ଛେଳି ଚରାଇବାକୁ ଯାଇ ଟାପୁରେ ଫସି ରହିଥିବା ବାପ ପୁଅ ଉଦ୍ଧାର

ଆଠଗଡ଼: ମହାନଦୀ ବନ୍ୟା ପାଣିରୁ ବାପପୁଅ ଉଦ୍ଧାର ହୋଇଛନ୍ତି । ଛେଳି ଚରାଇବାକୁ ଯାଇ ବାପପୁଅ ୪ ଦିନ ହେଲା ଏକ ଟାପୁରେ ଫସି ରହିଥିଲେ । ହଠାତ୍ ମହାନଦୀରେ ବନ୍ୟା ପାଣି ଆସିବା ପରେ ଆଉ ଫେର ନପାରି ଅମଙ୍ଗେଇକୁଦର ଏକ ଟାପୁରେ ଅକଟି ରହିଥିଲେ ଆଠଗଡ଼ ବ୍ଲକ କନ୍ଦରପୁରର ବାପୁପୁଅ ।

ଓଡ୍ରାଫ୍ ଟିମ୍ ବାପୁପୁଅଙ୍କୁ ଉଦ୍ଧାର କରିଛନ୍ତି । ଗତକାଲି ରାତିରେ ବାପୁପୁଅ ଫସି ରହିଥିବା ନେଇ ସୂଚନା ମିଳିଥିଲା । ଖବର ପାଇ ତତ୍ପର ହୋଇ ଉଠିଥିଲା ପ୍ରଶାସନ । ଆଜି ବାପୁପୁଅଙ୍କୁ ସଫଳତାର ସହ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଛନ୍ତି । ମହାନଦୀର ପ୍ରବଳ ପାଣି ସୁଅ ଭିତରେ ଦୀର୍ଘ ଏକ ଘଣ୍ଟାର ରେସ୍କ୍ୟୁ ଅପରେସନ୍ ପରେ ଓଡ୍ରାଫ ଟିମକୁ ସଫଳତା ମିଳିଛି ।

ଟାପୁ ଭିତରେ ଏକ ମନ୍ଦିର ନିକଟରେ ବାପପୁଅ ରହିଥିଲେ । ଜୀବନଜୀବିକାର ସଂଘର୍ଷ ଭିତରେ ବାପପୁଅ ତ ଉଦ୍ଧାର ହୋଇ ଯାଇଛନ୍ତି । ଏବେବି ସେହି ଟାପୁରେ ସେମାନଙ୍କ ଜୀବିକା ଚରାଇବାକୁ ନେଇଥିବା ଛେଳି ଫସି ରହିଛନ୍ତି । ଉଦ୍ଧାର ପରେ ବାପୁପୁଅ ପ୍ରତିକ୍ରିୟା ରଖି କହିଛନ୍ତି, ୪ ଦିନ ତଳେ ନିଜ ଡଙ୍ଗା ଯୋଗେ ଟାପୁକୁ ଯାଉଥିଲୁ । ସେଠାକୁ ନିୟମିତ ଯାଇଥାଉ । ବର୍ଷା ସହ ପ୍ରବଳ ପବନ ପରେ ଆମେ ଆଉ ଫେରି ପାରି ନଥିଲୁ ।

Leave A Reply

Your email address will not be published.