Latest Odisha News

BREAKING NEWS

Browsing Tag

Mahanadi

ଆସନ୍ତାକାଲି ‘ମହାନଦୀ ସତ୍ୟାଗ୍ରହ’

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ଟ୍ରିବୁନାଲ ଓଡିଶା ଗସ୍ତର ଆସି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି । ୨ଟି ପର୍ଯ୍ୟାୟରେ ଟ୍ରିବୁନାଲର ପ୍ରତିନିଧି ମଣ୍ଡଳୀ ଛତିଶଗଡରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିବା ପରେ ଆଜିଠୁ ୨୮ ତାରିଖ ପଯ‎ର୍ନ୍ତ ୯ ଦିନ ଧରି ଓଡ଼ିଶାରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିବେ ।…

ମହାନଦୀକୁ ନେଇ ମୁହାଁମୁହିଁ ହେଲେ ବିଜେଡି-ବିଜେପି, ପୁଣି ତେଜିଲା ମାଟି ଓ ପାର୍ଟି ନାରା

ଭୁବନେଶ୍ୱର: ମହାନଦୀକୁ ନେଇ ପୁଣି ଥରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣକୁ ନେଇ ଶାସକ ବିଜେଡି ଉଭୟ ବିଜେପି ଓ କଂଗ୍ରେସକୁ ସମାଲୋଚନା କରିଛି । ବିଜେଡି କହିଛି, ମହାନଦୀ ଓଡ଼ିଶାର ଜୀବନ ରେଖା । ଛତିଶଗଡ଼ର ବେଆଇନ୍ କାର୍ଯ୍ୟ…

ଶୂନ୍ୟକାଳରେ ଉଠିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ, ଶାସକ-ବିରୋଧୀଙ୍କ ମୁହାଁମୁହିଁ ଭିତରେ ସଜାଗ କଲେ ସୌମ୍ୟ

ଭୁବନେଶ୍ବର : ବିଧାନସଭାର ଶୂନ୍ୟକାଳରେ ମଙ୍ଗଳବାର ଉଠିଥିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଶାସକ ଦଳକୁ ଟାର୍ଗେଟ କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ମହାନଦୀ ଜଳ ବିବାଦ ନେଇ ଗୃହରେ ବହୁତ ଥର ଆଲୋଚନା ହୋଇଛି । ମହାନଦୀ ବିବାଦକୁ ନେଇ 2017ରେ ବାଚସ୍ପତି ପ୍ରଦୀପ ଅମାତଙ୍କ…

ହୀରାକୁଦ ଜଳସ୍ତର ହ୍ରାସ ପଛରେ ମହାନଦୀ ବିବାଦ, ଟ୍ରିବ୍ୟୁନାଲଙ୍କ ଏପ୍ରିଲ ଗସ୍ତ ଉପରେ ନଜର

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ଏବେର ନୁହେଁ । ଅନେକବର୍ଷ ଧରି ଓଡ଼ିଶା ଓ ପଡୋଶୀ ଛତିଶଗଡ଼ ମଧ୍ୟରେ ପାଣିକୁ ନେଇ ଚାଲିଥିବା ଏହି ବିବାଦର ସମାଧାନ ହେବ କଣ, ଓଲଟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ଏହି ବିବାଦର ସମାଧନ ପାଇଁ କେନ୍ଦ୍ର ଜଳ ମନ୍ତ୍ରାଳୟଙ୍କ…

ପୁଣି ମନେ ପଡ଼ିଲା ମହାନଦୀ ! କେନ୍ଦ୍ର ଓ ଛତିଶଗଡକୁ ଦାୟୀ କଲେ ଦେବୀ, କଟାକ୍ଷ କଲେ ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ବର : ବେଶ କିଛି ଦିନର ନିରବତା ପରେ ବୁଧବାର ବିଧାନସଭାରେ ଶୁଭିଛି ମହାନଦୀ ପ୍ରସଙ୍ଗ । ବିଧାନସଭାର ଶୂନ୍ୟକାଳରେ ବିଜେଡି ବିଧାୟକ ଦେବୀ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇ ଉଭୟ ବିଜେପି ଓ କଂଗ୍ରେସ ଉପରେ ବର୍ଷିଛନ୍ତି । ଦେବୀ ମିଶ୍ର କହିଛନ୍ତି, ମହାନଦୀର ଜଳ ଉପରେ ଅଢ଼େଇ କୋଟିରୁ ଅଧିକ…

ବଣ ଭୋଜିକୁ ଯାଇ ମହାନଦୀରେ ଭାସି ଗଲେ ଛାତ୍ରୀ

ସୋନପୁର: ହସଖୁସିରେ ସାଙ୍ଗସାଥୀଙ୍କ ସହ ସେ ବଣଭୋଜି ପାଇଁ ବାହାରିଥିଲେ । ଭୋଜି ରନ୍ଧା ଆରମ୍ଭ ସହ ବେଶ୍ ମଜାମସ୍ତି କରିଥିଲେ । ହେଲେ କିଏ ଜାଣିଥିଲା ଆଜି ସାଙ୍ଗସାଥୀଙ୍କ ମେଳରେ ମସ୍ତି ଆଉ ଜୀବନରେ କେବେ ଆସିବନି । କି ଆଉ ସାଙ୍ଗସାଥୀ ତା ସହ ମିଳାମିଶା କରି ପାରିବେନି । ସୁବର୍ଣ୍ଣପୁର…

ଯୋବ୍ରା ବ୍ୟାରେଜରେ ସନ୍ତରଣ ଶିଖିବାବେଳେ ମହାନଦୀରେ ବୁଡ଼ି ମୃତ

କଟକ: ମହାନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ପୀର ବଜାରର ସୋହେଲ ଖାନ । ଯୋବ୍ରା ବ୍ୟାରେଜରେ ବୁଡ଼ି ସେ ନିଖୋଜ ଥିଲେ । ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୋବ୍ରା ବ୍ୟାରଜରେ ସନ୍ତରଣ ଶିଖିବା ବେଳେ ଅଘଟଣ ଘଟିଛି । ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ୨୦ରୁ ଅଧିକ…

ବିଧାନସଭାରେ ମାନିଲେ ମନ୍ତ୍ରୀ, ଛତିଶଗଡ଼ ପାଇଁ ମହାନଦୀରେ କ୍ରମାଗତ କମୁଛି ଜଳ ପ୍ରବାହ

ଭୁବନେଶ୍ୱର: ଛତିଶଗଡ଼ ସରକାରଙ୍କ ମନମାନି ପାଇଁ ମହାନଦୀ ଅବବାହିକା ଶୁଖିବାରେ ଲାଗିଛି । ଅଣମୌସୁମୀ ସମୟରେ କ୍ରମାଗତ ଭାବେ ମହାନଦୀ ଅବବାହିକାରେ ଜଳ ପ୍ରବାହର ପରିମାଣ କ୍ରମାଗତ ଭାବେ ହ୍ରାସ ପାଇ ଆସୁଛି । ମହାନଦୀରେ ଜଳପ୍ରବାହ ନେଇ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଣତାରକା…

ଟ୍ରକ୍ ଚୋରି ପାଇଁ ଡ୍ରାଇଭରକୁ ମହାନଦୀକୁ ଠେଲି ଦେଲେ, ୫ ଗିରଫ

ପାରାଦୀପ: ଫିଲ୍ମ ଷ୍ଟାଇଲରେ ଟ୍ରକ୍ ଚୋରି । ପ୍ରଥମେ ବନ୍ଧୁତା ପରେ ମଦ୍ୟପାନ ଆଉ ବିଶ୍ୱାସଘାତକତା । ଫିଲ୍ମ କାହାଣୀ ଭଳି ପାରାଦୀପରେ ଘଟିଛି ଲୋମଟାଙ୍କୁରା ଘଟଣା । ମହାନଦୀ ଗର୍ଭକୁ ଡ୍ରାଇଭରକୁ ଠେଲି ଦେଇ ଟ୍ରକ୍ ଚୋରି ହୋଇଛି । ତଦନ୍ତ ପରେ ପୋଲିସ ଚୋରି ଟ୍ରକକୁ ଉଦ୍ଧାର କରିଥିବା ବେଳେ ଏଯାଏ…

ରାଜ୍ୟର ୪ଟି ସ୍ଥାନରେ ଘାଇ, ୧୦ ଜିଲ୍ଲା ବନ୍ୟାରେ ପ୍ରଭାବିତ: SRC

ଭୁବନେଶ୍ୱର: ରାଜ୍ୟର ୪ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଖୋର୍ଦ୍ଧା ରାଜୁଆ ନଦୀର ପାଣ୍ଡିଆବିଲ, ସତ୍ୟବାଦୀର ମକରାରେ, ଗୋପ ବ୍ଲକ ଗଣେଶ୍ୱରପୁର ପଞ୍ଚାୟତର ଖଣ୍ଡୁଆକୁଦ ଗାଁ କୁଶଭଦ୍ରା, ରାହାମା ବ୍ଲକ ତେରମାଣପୁର ଘେରି ବନ୍ଧରେ ଘାଇ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି । ଘାଇ ବନ୍ଦ ପାଇଁ ଜଳ…