Latest Odisha News

ପାଣି ଘେରା ସ୍କୁଲରୁ ଉଦ୍ଧାର ହେଲେ ୫୫୮ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ବର: ଲଘୁଚାପ ଜନିତ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଯାଇଛି । ବିଭିନ୍ନ ଅଞ୍ଚଳ ଜଳମଗ୍ନ ରହିଥିବାରୁ ଗମନାଗମନ ବିଚ୍ଛିନ୍ନ ହୋଇଯାଇଛି । ପାଣି ଘେରରେ ଫସି ରହିଥିବା ଲୋକମାନଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।

ମଙ୍ଗଳବାର  କଟକ ଜିଲ୍ଲାର ଗତିରାଉତପାଟଣା ସରସ୍ବତୀ ଶିଶୁ ମନ୍ଦିରର ୫୫୮ ଜଣ ଛାତ୍ର ଛାତ୍ରୀ  ପାଣି ଘେରରେ ଫସି ରହିଥିଲେ । ୯ ଘଣ୍ଚା ଧରି ଚାଲିଥିଲା ରେସକ୍ଯୁ ଅପରେସନ ।

ଜିଲ୍ଲା ପ୍ରଶାସନଙ୍କ ନେତୃତ୍ବରେ  ଅଗ୍ନିଶମର ୬ଟି ବୋଟ , ଏନଡିଆରଏଫ ର ୨ଟି ବୋଟ ଏବଂ ଓଡ୍ରାଫର ୨ଟି ବୋଟ ସହଯୋଗରେ ୫୫୮ ଜଣ ଛାତ୍ର ଛାତ୍ରୀ ଉଦ୍ଧାର କରାଯାଇଥିଲା ।  ୮ଟି ବୋଟ ଦ୍ବାରା ଅପରାହ୍ନ ୨ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଥିଲା ।

ରେସକ୍ଯୁ ଅପରେସନ ବେଳେ ସ୍ଥାନୀୟ ତହସିଲଦାର , ଡିସିପି ଓ ଜିଲ୍ଲା ପ୍ରଶାସନ ଉପସ୍ଥିତ ଥିଲେ । ଉଦ୍ଧାର ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବା ସହ ଅଭିଭାବକଙ୍କ ନିକଟକୁ ପଠାଯାଇଛି ।

Leave A Reply

Your email address will not be published.