Latest Odisha News

BREAKING NEWS

ମୟୂରଭଞ୍ଜରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା; ଏଯାଏଁ ୧୧ ପଜିଟିଭ୍ ଚିହ୍ନଟ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଶନିବାର ଦିନ ୨ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।

ଅଧିକ ପଢନ୍ତୁ- କରୋନା ସମୟରେ ଦେଶର ମା’ମାନଙ୍କୁ ନୂଆ ଉର୍ଜା ଦେଇଛି ଉଜ୍ଜଳା: ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁଯାୟୀ, ଆଜି କପ୍ତିପଦା ବ୍ଲକ ପିଙ୍ଗୁ ଗ୍ରାମର ୧୬ ବର୍ଷର ଜଣେ ବାଳକ ପଜିଟିଭ୍ ଚିହ୍ନଟ ହୋଇଛି । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ବାରିପଦା ପୌରପରିଷଦ ତକତପୁର ଅଞ୍ଚଳର ଜଣେ ୧୫ ବର୍ଷର ବାଳକ ମଧ୍ୟ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

କପ୍ତିପଦା କେସ୍ ସୁରଟ ଫେରନ୍ତା ହୋଇଥିବା ବେଳେ ତକତପୁରରେ ଚିହ୍ନଟ ହୋଇଥିବା ବାଳକ ଜଣକ ପଶ୍ଚିମବଙ୍ଗରେ ରହି ପାଠ ପଢୁଥିଲେ ।

ଏହି ଦୁଇଜଣ ଆକ୍ରାନ୍ତ ବାହାର ରାଜ୍ୟରୁ ଆସିଥିବା ଯୋଗୁଁ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିଛନ୍ତି ଏବଂ ଏଥିଲାଗି କେହି ଭୟଭୀତ ନ’ହେବାକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.