Latest Odisha News

BREAKING NEWS

ଝିଅ ଓ ସ୍ତ୍ରୀକୁ ହାଣିବା ପରେ ବାପାର ଆତ୍ମହତ୍ୟା

କୁଚିଣ୍ଡା : ସୈତାନ ସାଜିଲା ବାପା । ଜନ୍ମ କଲା ବାପା ଘଟାଇଛି ନାରକୀୟ କାଣ୍ଡ । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଯୌତୁକବାହାଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୋଟିଏ ଝିଅକୁ ହାଣି ମାରି ମାରିବା ପରେ ଆଉ ତିନି ଜଣଙ୍କୁ କଟୁରୀରେ ହାଣି ଗୁରୁତର କରିଛି । ତେବେ ଘଟଣା ଭିଆଇବା ପରେ ନିଜେ ନିଜର ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରିଛି ବାପା । ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ପିଶାଚ ବାପାର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ଯୌତୁକ ବାହାଲ ଗାଁର ସୁଖୁ ଓରାମ ପାରିବାରିକ କଳହକୁ ନେଇ ପତ୍ନୀ ଓ ୪ ନାବାଳିକା ଝିଅଙ୍କୁ କଟୁରୀରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଜଣେ ଝିଅର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା । ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁଖୁଙ୍କ ଆକ୍ରମଣରେ ତାଙ୍କ ପତ୍ନୀ ବି ଆହତ ହୋଇଛନ୍ତି । ତେବେ ପତ୍ନୀ ଓ ଝିଅଙ୍କୁ ଆକ୍ରମଣ କରିବା ପରେ ନିଜ ନିଜର ଗଳାକୁ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ଗୁରୁତର ଅବସ୍ଥାରେ ଅଭିଯୁକ୍ତ ସୁଖୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.