Latest Odisha News

BREAKING NEWS

ଆଇସା ସୁଲତାନଙ୍କୁ ସମର୍ଥନ କରି ଲାକ୍ଷାଦ୍ୱୀପରେ ଇସ୍ତଫା ଦେଲେ ଏକାଧିକ ବିଜେପି ନେତା

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ଆଇଶା ସୁଲତାନଙ୍କ ବିବାଦୀୟ ମନ୍ତବ୍ୟ ପରେ କେନ୍ଦ୍ର ସରକାର ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ମାମଲା ରୁଜୁ କରିଥିଲେ । ତେବେ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରି ଲାକ୍ଷାଦ୍ୱୀପରେ ଏକାଧିକ ବିଜେପି ନେତା ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଲାକ୍ଷାଦ୍ୱୀପରେ କରୋନାକୁ ବାୟୋୱିପେନ ଭାବେ ବ୍ୟବହାର କରୁଥିବା କହି ଆଇଶା ବିବାଦ ସୃଷ୍ଟି କରିଥିଲେ । ଏ ନେଇ ସେଠାକାର ବିଜେପି ସଭାପତି ଅବଦୁଲ ଖାଦେର କରୋନା ସଂକ୍ରମଣ ନେଇ ସେ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ପୋଲିସରେ ଅଭିଯୋଗରେ କରିଥିଲେ ।

ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଅବଦୁଲ ହମିଦଙ୍କ ନେତୃତ୍ୱରେ ଅନ୍ୟ ବିଜେପି ନେତାମାନେ ତାଙ୍କ ସପକ୍ଷରେ ବାହାରିଥିଲେ । ଆଇଶାଙ୍କୁ ମିଥ୍ୟା ଏବଂ ଅନ୍ୟାୟ ଭାବେ ଫସା ଯାଇଛି ବୋଲି ସେମାନେ ଅଭିଯୋଗ କରି ଇସ୍ତଫା ଦେଇଛନ୍ତି ।

Leave A Reply

Your email address will not be published.