Latest Odisha News

BREAKING NEWS

ପୋଲାଣ୍ଡ ଓପନ ରେସଲିଂ : ଭିନେଶ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟ ପୋଲାଣ୍ଡ ଓପନ ରେସଲିଂରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୫୩ କିଗ୍ରା ବିଭାଗର ଫାଇନାଲ ମୁକାବିଲାରେ ସେ ଚମତ୍କାର ପ୍ରଦର୍ଶନ କରି ୟୁକ୍ରେନର କ୍ରିଷ୍ଟିଆନା ବେରେଜାଙ୍କୁ ୮-୦ରେ ପରାସ୍ତ କରିଥିଲେ । ଏପରିକି ବେରେଜାଙ୍କୁ ସେ ଗୋଟିଏ ବି ପଂଏଟ ହାସଲ କରିବା ସୁଯୋଗ ଦେଇ ନ ଥିଲେ । ଚଳିତ ସିଜନରେ ଭିନେଶଙ୍କ ଏହା ତୃତୀୟ ସ୍ୱର୍ଣ୍ଣ ।

ସେ ମାର୍ଚ୍ଚରେ ମୋଟିଓ ପେଲିକୋନ ଏବଂ ଏପ୍ରିଲରେ ଏସୀଆଇ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଭିନେଶଙ୍କ ଡବଲ ଲେଗ ଆଟାକର ଉତର ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପାଖରେ ଦେଖିବାକୁ ମିଳୁ ନାହିଁ । ଆଗାମୀ ଟୋକିଓ ଅଲିମ୍ପିକ୍ସରେ ତାଙ୍କଠାରୁ ନିଶ୍ଚିତ ପଦକ ଆଶାରେ ଭାରତୀୟ ଆଥଲେଟ ପ୍ରେମୀ ରହିଛନ୍ତି ।

Leave A Reply

Your email address will not be published.