Latest Odisha News

BREAKING NEWS

ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର; କ୍ଷତି ପୂରଣ ଦାବିରେ ରାଜପଥ ଅବରୋଧ

ନୂଆପଡ଼ା: କୋମନା ରେଞ୍ଜ ବିରୁନପଦର ଗାଁ ବିଜାଖମନ ଜଙ୍ଗଲରେ ଭାଲୁ ଆକ୍ରମଣ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ଘନଶ୍ୟାମ ପଟେଲ। ଗୁରୁତର ଅବସ୍ଥାରେ ପୁଅକୁ ନୂଆପଡ଼ା ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ବିଜାଖମନ ଜଙ୍ଗଲ ଭିତରେ ଥିବା ଦାବରି ମୁଣ୍ତା ପୋଖରୀକୁ ଗାଧୋଇବା ପାଇଁ ଯିବା ବେଳେ ଘନଶ୍ୟାମ ପଟେଲ ଓ ତାଙ୍କ ପୁଅ ଚଇତୁକୁ ହଠାତ୍ ଏକ ଭାଲୁ ପ୍ରଥମେ ଘନଶ୍ୟାମଙ୍କୁ ଆକ୍ରମଣ କରିଥିଲା। ଚଇତୁ ତାଙ୍କ ବାପାଙ୍କୁ ରକ୍ଷା କରିବାକୁ ଯିବା ବେଳେ ଭାଲୁଟି ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା।

ଉଭୟ ବାପା-ପୁଅ ଚିତ୍କାର କରିବାରୁ ଘଟଣାସ୍ଥଳରେ ଗାଁ ଲୋକେ ପହଞ୍ଚି ପୁଅ ଚଇତୁକୁ ବଞ୍ଚାଇ ପାରିଥିଲେ। କିନ୍ତୁ ବାପା ଘନଶ୍ୟାମଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ଗାଁ ଲୋକେ ୩୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୋଲିସ, ବନ ବିଭାଗ ଓ ଅଗ୍ନିଶମ ବିଭାଗ ଅଧିକାରୀ ଓ କର୍ମଚାରୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି। ଏବେ ନୂଆପଡାରୁ ଖଡ଼ିଆଳ ମୁଖ୍ୟରାସ୍ତାରେ ଯାତାୟାତ ବନ୍ଦ ରହିଛି।

Leave A Reply

Your email address will not be published.