ଓଡିଶା ସମ୍ବାଦ ବ୍ୟୁରୋ: ଆମ ଶରୀର ଆମକୁ ଦେଉଥିବା ପ୍ରତ୍ୟେକ ଇଶାରା ଆମପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ । ଏଥିରେ ଭୋକ ନଲାଗିବା ବି ସାମିଲ ଅଛି । ଦେଖିବାକୁ ଗଲେ ଭୋକ ନଲାଗିବା ଏକ ସାଧାରଣ ଲକ୍ଷଣ, କିନ୍ତୁ ଏହା ବେଳେ ବେଳେ ଏହା ବହୁତ ବଡ ବଡ ରୋଗର ଇଶାରା ଦେଇଥାଏ । ଡାକ୍ତରଙ୍କ ମୁତାବକ, ଭୋକ ନଲାଗିବାର ଅନେକ କାରଣ ହୋଇପାରେ । ଯେଉଁଥିରେ କୋଷ୍ଟକାଠିନ୍ୟ, ପାଚନ ସମ୍ବନ୍ଧୀୟ ସମସ୍ୟା, ଖରାପ ଖାଦ୍ୟପାନୀୟ, ଭୁଲ ସମୟରେ ଖାଦ୍ୟ ଖାଇବାର ଅଭ୍ୟାସ ସାମିଲ ଅଛି । ସେହିପରି ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ନଲାଗିବାର ସ୍ଥିତିକୁ ଡାକ୍ତରୀ ଭାଷାରେ ଏନୋରେକ୍ସିଆ କୁହାଯାଏ । ତେବେ ଆସନ୍ତୁ ଜାଣିବା ଭୋକ ନଲାଗିବାର ସଂକେତ ଓ ଏହାର ଉପଚାର ସମ୍ଭନ୍ଧରେ l
ଭୋକ ନଲାଗିବାର ସଂକେତ:-
ଖାଦ୍ୟ ପ୍ରତି ଆଗ୍ରହ ନହେବା ବା ସାମାନ୍ୟ କିଛି ଖାଇବା ପରେ ପେଟ ଭରିଯିବା ଭୋକ ନଲାଗିବାର ଏକ ସଂକେତ l ସେହିପରି ଖାଇବା ସମୟରେ ଥକାପଣ ଅନୁଭବ ହେବା, ଖାଇବା ଅଧାରୁ ଉଠିଯିବା, ନିଜ ମନପସନ୍ଦର ଖାଦ୍ୟ ଦେଖିଲା ପରେ ମଧ୍ୟ ଉତ୍ସାହ ନହେବା କିମ୍ବା ଖାଦ୍ୟ ଗିଳିବା ଏବଂ ଚୋବାଇବାରେ ସମସ୍ୟା ଦେଖାଦେବ ଆଦି ମଧ୍ୟ ଭୋକ ନଲାଗିବାର ଏକ ପ୍ରକାରର ସଂକେତ ଅଟେ l ଅପରପକ୍ଷେ ଭୋକ ନହେବାର ପ୍ରମୁଖ କାରଣ ଚିନ୍ତା ବି ହୋଇପାରେ । ଏହାସହିତ ନିମୋନିୟା, ହେପାଟାଇଟିସ୍, ଲିଭର ଫୁଲିବା ବା ଜଳାପୋଡା ହେବା, କଡନୀ କର୍କଟର ଲକ୍ଷଣ ହେବାର ସମ୍ଭାବନା ରହିଛି ।
ଭୋକ ବଢାଇବାର ଉପାୟ:-
ଭୋକ ବଢାଇବା ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ ଉପାୟ ହେଉଛି ନିୟମିତ ସକାଳୁ ବ୍ୟାୟାମ କରିବା । ବ୍ୟାୟାମ କରୁଥିବା ବ୍ୟକ୍ତି କଦାପି ଭୋକ ନହେବାର ଅନୁଭବ କରନ୍ତି ନାହିଁ । ଖାଦ୍ୟ ଖାଇବାର ସମୟ ଏବଂ ମାତ୍ରା ନିର୍ଦ୍ଧାରିତ କରନ୍ତୁ । ଏହି ନିୟମକୁ ପାଳନ କରିବା ଦ୍ୱାରା ଠିକ୍ ସମୟରେ ଭୋକ ଲାଗିଥାଏ । ଭୋକ ବଢାଇବା ଜିନିଷ ସେବନ କରନ୍ତୁ । ଯେପରିକି ସେଓ ଜୁସ୍, ମୂଳା, ଜୁଆଣି, କଳାଲୁଣ, ଗୁଜୁରାତି । ମସ୍ତିଷ୍କର ହାଇପୋଥ୍ୟାଲେମସ ବିଶିଷ୍ଟ ଅଂଶ ହିଁ ଭୋକ ନିୟନ୍ତ୍ରଣ କରିଥାଏ । ଏହି ଅଂଶକୁ ଜାଗୃତ ରଖିବା ପାଇଁ ପ୍ରାଣାୟମ କରନ୍ତୁ । ଯଦି ଏଭଳି କରିବା ପରେ ବି ଭୋକ ଲାଗୁ ନାହିଁ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଭୋକ ବଢାଇବା ପାଇଁ ମେଡିସିନ୍ ଦୋକାନରେ ଅନେକ ଟନିକ୍ ଉପଲବ୍ଧ ଅଛି । କିନ୍ତୁ ଏହାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ହିଁ ନିଅନ୍ତୁ ।
BREAKING NEWS
- Suspicious death of film director:ହୋଟେଲ୍ ରୁମ୍ରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର
- ଏଲଏ୨୮ ଅଲିମ୍ପିକ୍ସ ପାଇଁ ହାଙ୍ଗଝୋଉ ଅପେକ୍ଷା ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ଭାରତ ପାଇଁ ଅଧିକ ସଫଳ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଏକାସାଙ୍ଗରେ ବଛାଯିବ ୪ଟି ଭାରତୀୟ ଦଳ; ସିଲେକ୍ଟରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ
- ଖଲ୍ଲିକୋଟ କଲେଜ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ଥାନାରେ ୯ ଅଟକ
- Balianta Soumya Murder Case: ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲା:ଆକ୍ରମଣର ଶିକାର ଝିଅଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ
- ରଣଜୀ ଟ୍ରଫି: ମୁମ୍ବାଇ ଦଳକୁ ଫେରିବେ ସୂର୍ୟ୍ୟକୁମାର ; ଆହତ କାରଣରୁ ଶାର୍ଦ୍ଦୁଳ ଠାକୁର ବାଦ୍
- ‘ଅପ୍ଟୋଜେନେଟିକ୍ସ’ ଆବିଷ୍କାର ପାଇଁ ମେଡିସିନ୍ କ୍ଷେତ୍ରରେ ୩ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର
- ରାଜ୍ୟସଭା ନିର୍ବାଚନ: ଉତ୍ତର ପ୍ରଦେଶରୁ ହରଦୀପ ସିଂହ ପୁରୀ ଓ ବିଏଲ ବର୍ମାଙ୍କ ସହ ୮ ଜଣଙ୍କୁ ବାଦ୍ ଦେଲା ବିଜେପି
- Imran Khan’s release protest:ଇମ୍ରାନଙ୍କ ମୁକ୍ତି ଦାବିରେ ବିକ୍ଷୋଭ ତୀବ୍ର; ଇସଲାମାବାଦରେ ଧାରା ୧୪୪ ଲାଗୁ, ୨,୦୦୦ କର୍ମୀ ଗିରଫ
- ଲାଞ୍ଚ ନେଇ ଫସିଲେ ଆରଆଇ, ପ୍ରମାଣପତ୍ର ପାଇଁ ୫ ହଜାର…

Comments are closed.