Latest Odisha News

BREAKING NEWS

ବିଦ୍ୟୁତ ଆଘାତରେ ଶ୍ୱଶୂର-ବୋହୂ ମୃତ

ରାୟଗଡ଼ା: ଅଶୁଭ ଶନିବାର । ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଦୁଇ ଜଣଙ୍କର ଅକାଳ ବିୟୋଗ । ଶ୍ୱଶୂର ଓ ବୋହୂଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଠଙ୍ଗପଡ଼ା ଗାଁରେ । ମୃତକମାନେ ହେଲେ ଡାଉଣୀ ମଣ୍ଡିକା ଓ ତାଙ୍କ ବୋହୂ ସୁମିତ୍ରା ମଣ୍ଡିକା ।

ଆଜି ସକାଳେ ପ୍ରଥମେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ ଶ୍ୱଶୂର ଡାଉଣୀ ମଣ୍ଡିକା । ତାଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ ବୋହୂ । ଶ୍ୱଶୂରଙ୍କୁ ବଞ୍ଚାଇବାକୁ ଯାଇ ସେ ବି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ ।

ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.